Top Stories

Search here...

News

ରାଜଧାନୀ ବାସୀଙ୍କୁ ଡରାଇଲାଣି ଡେଙ୍ଗୁ

Posted On - 2 minutes ago
Edited By Team BbsrReporters
LAST UPDATED Jul 06, 2021 11:07 AM


ଶୈଳେଶ୍ରୀ ବିହାର, କଳ୍ପନାରେ ଚିହ୍ନଟ ହେଲେଣି ୮ ଆକ୍ରାନ୍ତ 

BBSR Reporters


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାସୀଙ୍କୁ ଏବେ ଡେଙ୍ଗୁ ଭୟ । ଭୁବନେଶ୍ୱରର ଶୈଳେଶ୍ରୀ ବିହାର ଓ କଳ୍ପନା  ଅଞ୍ଚଳରୁ ଏବେସୁଦ୍ଧା ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସୋମବାର ଅଧିକ ରୋଗୀଙ୍କର ନମୁନା ସଂଗୃହିତ କରାଯାଇଛି, ଆଗକୁ ଏହି ସଂଖ୍ୟା ଆହୁରି ଅଧିକ ମଧ୍ୟ ହେବା ସମ୍ଭାବନା ରହିଛି । ସେପଟେ ଏହା ମଶାଙ୍କ ବଶଂବୃଦ୍ଧି ଋତୁ ହୋଇଥିବାରୁ ଡେଙ୍ଗୁ ମଶାଙ୍କ ଉପଦ୍ରବ ରାଜଧାନୀରେ ଅସହ୍ୟ ହେବାରେ ଲାଗିଛି । ଫଳରେ ବିଏମ୍‌ସି ପକ୍ଷରୁ ଲୋକଦେଖାଣିଆ ସଚେତନତା ଆରମ୍ଭ ହୋଇଛି । ସୋମବାର ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ମଶା ଧୁଆଁ ଗାଡ଼ି ବୁଲାଯାଇଥିବାବେଳେ ରାସ୍ତା ପାଶ୍ୱର୍ ଗଛ ବୁଦା କଟା କାର୍ୟ୍ୟ ଆରମ୍ଭ ହୋଇଥିବା ନଜରକୁ ଆସିଛି ।

ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ରାଜଧାନୀରେ ଡେଙ୍ଗୁ ନେଇ ଟେଷ୍ଟିଂ ଚାଲିଛି । ବର୍ଷା ଋତୁ ମଶାଙ୍କ ବଂଶ ସହ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ଦେଖାଦିଏ । ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଡେଙ୍ଗୁ ବାହାରିଥିବା ରିପୋର୍ଟ ରହିଛି । ଏବେ ବିଶେଷ କରି ଶୈଳେଶ୍ରୀ ବିହାର ଓ କଳ୍ପନା ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ କିଛି ଲୋକଙ୍କର ପରୀକ୍ଷା କରାଯାଇଛି । ସେମାନଙ୍କର ଦାୟିତ୍ୱ ନିଆଯାଇ ଚିକିତ୍ସା କରାଯାଉଛି । ଯେଉଁ ଅଞ୍ଚଳରେ ଡେଙ୍ଗୁ ଅତ୍ୟଧିକ ବାହାରିଛି, ସେହି ଅଞ୍ଚଳରେ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଉଚିତ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଏପର୍ୟ୍ୟନ୍ତ ଅନ୍ୟ କେଉଁଠି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି ସେ କହିଛନ୍ତି ।
 

Related News
satta king tw