Top Stories

Search here...

News

 ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍’ କାର୍ଯ୍ୟକ୍ରମ

Posted On - 2 minutes ago
Edited By Team BbsrReporters
LAST UPDATED Sep 02, 2021 09:49 AM

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଦୁନିଆ ସହ ଯୋଡ଼ି ସେମାନଙ୍କ ମନରେ ଉଦ୍ୟୋଗୀ ମନୋଭାବ ବଢ଼ାଇବା ଲାଗି ରାଜ୍ୟ ସରକାରଙ୍କ 'ମୋ କଲେଜ' ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି 'ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍' କାର୍ଯ୍ୟକ୍ରମ ।

 

BBSR Reporters


    
ଭୁବନେଶ୍ୱର: "କୌଣସି ଗୋଟିଏ ନୂଆ କାମ ଆରମ୍ଭ କରିବା ପାଇଁ ମନରେ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି । କାରଣ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅଟକେ ନାହିଁ । ଅତୀତର ଘଟଣାବଳୀକୁ ପଛରେ ପକାଇ ସମସ୍ତଙ୍କୁ ଦିନେ ନା ଦିନେ ଆଗକୁ ଯିବାକୁ ପଡ଼ିବ । ତେଣୁ ନୂଆ ଆରମ୍ଭକୁ ଅତୀତ କେବେ ବି ପ୍ରଭାବିତ କରିପାରିବନି । କ୍ୟାରିୟର ଶେଷ ୬ ମାସ ଏବଂ ଆଗାମୀ ୬ ମାସକୁ ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ’’, କହିଛନ୍ତି ଦେଶର ଜଣାଶୁଣା ଷ୍ଟାର୍ଟଅପ୍ 'ନେଷ୍ଟଏୱେ'ର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରେନ୍ଦ୍ର ସାହୁ । 

 

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଦୁନିଆ ସହ ଯୋଡ଼ି ସେମାନଙ୍କ ମନରେ ଉଦ୍ୟୋଗୀ ମନୋଭାବ ବଢ଼ାଇବା ଲାଗି ରାଜ୍ୟ ସରକାରଙ୍କ 'ମୋ କଲେଜ' ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି 'ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍' କାର୍ଯ୍ୟକ୍ରମ । ବୁଧବାର ଦିନ ଏହାକୁ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଉଦଘାଟନ କରିଥିଲେ । 'ମୋ କଲେଜ’ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଯୁବ ଓଡ଼ିଆ ଉଦ୍ୟୋଗୀ ତଥା 'ନେଷ୍ଟଏୱେ'ର ସିଇଓ ଶ୍ରୀ ଅମରେନ୍ଦ୍ର ସାହୁ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ନିଜ ଷ୍ଟାର୍ଟଅପ୍ ଯାତ୍ରା ବିଷୟରେ କହିଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ଷ୍ଟାର୍ଟଅପ୍କୁ ନେଇ ସେମାନଙ୍କ ମନରେ ଥିବା ଅନେକ ପ୍ରଶ୍ନର ଉତ୍ତର ପାଇଥିଲେ । ଏହି ଅବସରରେ ୫ ଜଣ ଶ୍ରେଷ୍ଠ ପ୍ରଶ୍ନକର୍ତ୍ତାଙ୍କୁ ମୋ କଲେଜ ଅଭିଯାନ ପକ୍ଷରୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଥିଲା । 

 

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀ ବାଗ୍ଚୀ କହିଥିଲେ, "ସମସ୍ତଙ୍କ ମନ ଭିତରେ ଉଦ୍ୟୋଗୀ ମନୋଭାବ ରହିବା ଦରକାର । ଜଣେ ଉଦ୍ୟୋଗୀ ହିଁ ଗୋଟିଏ ସଂସ୍ଥା ବା ଗୋଟିଏ ଅନୁଷ୍ଠାନକୁ ତିଆରି କରିଥାଏ । ତେଣୁ ଓଡ଼ିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ ପରିଚୟ ଦେବାପାଇଁ ଆମମାନଙ୍କୁ ଉଦ୍ୟୋଗ ପଛର ଉଦ୍ୟୋଗୀଟିଏ ହେବାକୁ ପଡ଼ିବ ।"


"ଆମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଖିରେ ଅନେକ ସ୍ୱପ୍ନ ରହିଛି । ସେମାନେ ସବୁ କ୍ଷେତ୍ରରେ ଦକ୍ଷ ଓ ସମର୍ଥ । ସେମାନଙ୍କୁ କେବଳ ମାର୍ଗଦର୍ଶନର ଆବଶ୍ୟକତା ରହିଛି । ସେମାନଙ୍କ ସ୍ୱପ୍ନ, ପ୍ରତିଭାକୁ ସଫଳ ରୂପ ଦେବାକୁ ଏକ ମାଧ୍ୟମ ଦରକାର । ଏଥିପାଇଁ ‘ମୋ କଲେଜ’ଅଭିଯାନ ପକ୍ଷରୁ 'ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍'ର ପରିକଳ୍ପନା କରାଯାଇଛି । ଆଜି ଏହାର ପ୍ରଥମ ୱେବିନାରରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତେଣୁ ଆଗାମୀ ଦିନରେ ଆହୁରି ଅଧିକ ଯୁବପିଢ଼ି ଏଥିରେ ସାମିଲ ହେବେ ବୋଲି ଆମେ ଆଶାବାଦୀ ଅଛୁ'', କହିଥିଲେ ଶ୍ରୀ ଆକାଶ ଦାସନାୟକ ।  'ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍' କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭ୍, ୯୩.୫ ରେଡ୍ ଏଫଏମ, ପ୍ରିଲ୍ୟୁଡ୍ ମିଡିଆ କମ୍ୟୁନିକେସନ ଇଭେଣ୍ଟସ୍, ଦି କ୍ଲିକ୍, ଭୁବନେଶ୍ୱର ନାଇଟ୍ସ ରାଉଣ୍ଡ ଟେବୁଲ ୨୩୦ ଆଦି ପାର୍ଟନର୍ ଅଛନ୍ତି ।


 

Related News
satta king tw