Top Stories

Search here...

News

ଦିଲ୍ଲୀ ପ୍ରଦୂଷଣକୁ ନେଇ ପୁଣି ତାତିଲେ ସୁପ୍ରିମକୋର୍ଟ

Posted On - 18 hours ago
Edited By Team BbsrReporters
LAST UPDATED Nov 27, 2021 09:19 AM

ରାଜଧାନୀରେ ବାୟୁ ପ୍ରଦୂଷଣ ସୁଧୁରୁଥିବା ଦର୍ଶାଇ ସୋମବାର ନିର୍ମାଣ କାର୍ଯ୍ୟ ବନ୍ଦ ଉପରୁ ପ୍ରତିବନ୍ଧକ ଉଠାଇଥିଲେ କେଜ୍ରିୱାଲ ସରକାର । ତେବେ ଦିଲ୍ଲୀ ସରକାରଙ୍କ ଏହି ଘୋଷଣାକୁ ନେଇ କ୍ଷୁବ୍ଧ ହେବା ସହ ପୁଣିଥରେ ନିର୍ମାଣକାମ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ ।

 

 

BBSR Reporters

 

 

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ପୁଣି ତାତିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଏନ.ଭି ରମଣା । ରାଜଧାନୀରେ ବାୟୁ ପ୍ରଦୂଷଣ ସୁଧୁରୁଥିବା ଦର୍ଶାଇ ସୋମବାର ନିର୍ମାଣ କାର୍ଯ୍ୟ ବନ୍ଦ ଉପରୁ ପ୍ରତିବନ୍ଧକ ଉଠାଇଥିଲେ କେଜ୍ରିୱାଲ ସରକାର । ତେବେ ଦିଲ୍ଲୀ ସରକାରଙ୍କ ଏହି ଘୋଷଣାକୁ ନେଇ କ୍ଷୁବ୍ଧ ହେବା ସହ ପୁଣିଥରେ ନିର୍ମାଣକାମ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ ।

 

 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି ସରକାର । ପରିସ୍ଥିତି ବିଗୁଡୁୁଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ  ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାଏ । ସେହିପରି ଡିସେମ୍ବର ୩ ତାରିଖ ପର୍ଯନ୍ତ ସହର ଭିତରେ ଭାରିଯାନ ପ୍ରବେଶ ନେଇ ମଧ୍ୟ  କଟକଣା ଲଗାଇଛନ୍ତି ସରକାର । ଅନ୍ୟପଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ  ଆର୍ଥିକ ସହାୟତା ଦିଆଯିବା ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରତି ନିର୍ମାଣ ଶ୍ରମିକଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ।

Related News
satta king tw