Top Stories

Search here...

News

ଟ୍ରେସିଂ ହେଲା ପରେ 18 ଜଣ ଝିଅ ଓ 4 ଜଣ ପୁଅ ପଜିଟିଭ: ଡିଏମଇଟି ରମା ରମଣ ମହାନ୍ତି

Posted On - 9 hours ago
Edited By Team BbsrReporters
LAST UPDATED Nov 23, 2021 10:23 PM

କୋଭିଡ ଅନୁରୂପ ନିୟମ ଅନୁପାଳନ କରି ନଥିବାରୁ ସଂକ୍ରମଣ ବଢ଼ିଥିଲା ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି l

 

 

BBSR Reporters

 

 

ଭୁବନେଶ୍ୱର: ବର୍ତ୍ତମାନ କୋଭିଡ ଲକ୍ଷଣ ବଦଳୁଛି । ଟୀକାକରଣ ଯୋଗୁ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ଯଦି ଜ୍ୱର ଓ ଥଣ୍ଡା ସ୍ୱାଭାବିକ ସ୍ତର ଠାରୁ ଅଧିକ ହେଉଛି, କରୋନା ହୋଇଥିବା ଭାବି ଟେଷ୍ଟ କରାଇ ନେବା ଉଚିତ । କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନିବା । ତାହେଲେ ସଂକ୍ରମଣକୁ ରୋକିପାରିବା । ସ୍କୁଲ ଛାତ୍ରଛାତ୍ରୀ ଟୀକା ନେଇ ନଥିବାରୁ ଯଦି ସଂକ୍ରମଣ ପୁଣି ବଢ଼େ, ସରକାର ପଦକ୍ଷେପ ନେଇ ଚିନ୍ତା କରିବେ । 

 

 

ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି ,  ଭିମସାର ଓ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ବୁଝି ବୁର୍ଲାରେ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ନିକଟରୁ ସଂକ୍ରମଣ ବ୍ୟାପିଛି । ମାଇଲଡ ସିମ୍ପଟମ ଥିଲା । ପ୍ରଥମେ ସେ ନେଗେଟିଭ ଆସିଥିଲେ । କିନ୍ତୁ କିଛି ଦିନ ପରେ ଭଲ ନହେବାରୁ ପରେ ପୁନଶ୍ଚ ଟେଷ୍ଟରେ ପଜିଟିଭ ଆସିଥିଲେ । କୋଭିଡ ଅନୁରୂପ ନିୟମ ଅନୁପାଳନ କରି ନଥିବାରୁ ସଂକ୍ରମଣ ବଢ଼ିଥିଲା । ପରେ ଟ୍ରେସିଂ ହେଲା ପରେ 18 ଜଣ ଝିଅ ଓ 4 ଜଣ ପୁଅ ପଜିଟିଭ ହୋଇଛନ୍ତି । ସେମାନଙ୍କ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ରେ ରଖାଯାଇଛି । 

 


ସୁନ୍ଦରଗଡରେ ଏକ ଆବାସିକ ସ୍କୁଲ ହଷ୍ଟେଲରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପ୍ରଥମେ 3-4 ଜଣ ପଜିଟିଭ ହୋଇଥିଲେ । କଣ୍ଟା କ୍ଟ ଟ୍ରେସିଂରୁ 43 ଜଣ ପଜିଟିଭ ହୋଇଥିବା ଜଣାପଡ଼ିଛି । 33 ଜଣଙ୍କୁ ଏକ ହଷ୍ଟେଲରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇ ରଖାଯାଇଛି । 10 ଜଣ ହୋମ ଆଇସଲେସନରେ ଅଛନ୍ତି । ସମସ୍ତେ ଲକ୍ଷଣ ବିହୀନ । 

Related News
satta king tw