Top Stories

Search here...

News

୨୪ ଘଣ୍ଟାରେ ଭାରତରେ ୧୨,୫୧୬ କୋଭିଡ୍‌-୧୯ ସଂକ୍ରମଣ; ୫୦୧ ମୃତ୍ୟୁ

Posted On - 2 minutes ago
Edited By Team BbsrReporters
LAST UPDATED Nov 12, 2021 12:06 PM

ଗତ ୨୪ ଘଣ୍ଟାରେ ହୋଇଥିବା ୫୦୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୨,୬୯୦ରେ ପହଞ୍ଚିଛି।

 

 

BBSR Reporters

 

 

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଛି। ଗତ ୨୪ ଘଣ୍ଟାରେ ହୋଇଥିବା ୫୦୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୨,୬୯୦ରେ ପହଞ୍ଚିଛି।

 

 

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୩,୧୫୫ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୮,୧୪,୦୮୦। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୩୭,୪୧୬। ୨୬୭ ଦିନ ମଧ୍ୟରେ ଏହା ହେଉଛି ଦେଶରେ ସବୁଠୁ କମ୍ ସକ୍ରିୟ ସଙ୍କ୍ରମଣ।

 

 

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୧୦.୭୯ କୋଟି ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୫୧୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୦୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୧୪,୧୮୬ରେ ପହଞ୍ଚିଛି।

 

 

‘ଆଇସିଏମ୍‌ଆର୍‌’କହିବା ଅନୁସାରେ, ନଭେମ୍ବର ୧୧ ତାରିଖ ସୁଦ୍ଧା ସମୁଦାୟ ୬୨.୧୦ କୋଟି ନମୁନା ପରୀକ୍ଷା କରାଯାଇଛି।

 

 

୨୦୨୦ ଅଗଷ୍ଟ ୭ରେ ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ରେ ୧କୋଟି ଟପିଥିଲା।

Related News
satta king tw