Top Stories

Search here...

News

ଡିସେମ୍ବର ସୁଧା ସରିବ ଶତ ପ୍ରତିଶତ ପ୍ରଥମ ଡୋଜ ଟୀକା କରଣ: ବିଜୟ ପାଣିଗ୍ରାହୀ

Posted On - 3 minutes ago
Edited By Team BbsrReporters
LAST UPDATED Nov 10, 2021 01:51 PM

32 ଲକ୍ଷ ନେଇ ନାହାନ୍ତି 2ୟ ଡୋଜ l   ଗତ କିଛି ଦିନ ହେବ ଦୈନିକ  ପ୍ରଥମ ଡୋଜ ଅପେକ୍ଷା  ଦିତୀୟ ଡୋଜ ବଢ଼ିଛି । 

 

BBSR Reporters

 

 

ଭୁବନେଶ୍ୱର : ଆଜି ସୁଦ୍ଧା ମୋଟ ୩ କୋଟି ୯୪ ଲକ୍ଷ ଟୀକାକରଣ ହୋଇଛି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୬୫ଲକ୍ଷ।ପ୍ରାୟ  ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି। ଦୁଇ ଡୋଜ ନେଲେଣି  ୧ କୋଟି ୨୯ ଲକ୍ଷ। ନେଇ ନାହାନ୍ତି  ୪୦ % ପ୍ରତିଶତ।

 

ଏ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,  ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟୀକାକରଣ ଶେଷ  କରିବାକୁ ଲକ୍ଷ୍ୟ ରହିଛି।  ବର୍ତ୍ତମାନ  ୩୮ ଲକ୍ଷ ଡୋଜ ଟୀକା ମହଜୁଦ ଅଛି । ଟୀକାକରଣକୁ ତ୍ୱରାନ୍ୱିତ କରାଯାଇଛି। ବିଶେଷକରି ଗ୍ରାମାଞ୍ଚଳରେ ଟୀକାକରଣ କେନ୍ଦ୍ର ବଢାଯାଇ ଟୀକାକରଣ ତ୍ବରାନ୍ବିତ କରାଯିବ। ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ଦିତୀୟ ଡୋଜ ନେଇ ନାହାନ୍ତି। ସେମାନଙ୍କୁ ଟୀକାକରଣ ପାଇଁ ପ୍ରୟାସ ଜାରି ରହିଛି। ଗତ କିଛି ଦିନ ହେବ ଦୈନିକ  ପ୍ରଥମ ଡୋଜ ଅପେକ୍ଷା  ଦିତୀୟ ଡୋଜ ବଢ଼ିଛି। 

Related News
satta king tw