Top Stories

Search here...

News

ଭାରତରେ ଦିଆଯାଇପାରେ କରୋନାର ବୁଷ୍ଟର ଡୋଜ୍

Posted On - 2 minutes ago
Edited By Prabir Kumar
LAST UPDATED Nov 11, 2021 08:04 PM

୩୬ଟି ଦେଶର କରୋନାର ବୁଷ୍ଟର ଡୋଜ୍କୁ ଅନୁମତି ଦେଇ ସାରିଲେଣି । ଆମେରିକା, ତୁର୍କୀ, ଜର୍ମାନୀ, ଅଷ୍ଟ୍ରିଆ, କାନାଡା, ଫ୍ରାନ୍ସ ଆଦି ଦେଶରେ ବୁଷ୍ଟର ଡୋଜ୍ ଦିଆଯାଉଛି ।

 

BBSR Reporters


ନୂଆଦିଲ୍ଲୀ: ଦ୍ୱିତୀୟ ଡୋଜ୍ ନେବାର ୬ ମାସ ମଧ୍ୟରେ ବୁଷ୍ଟର ଡୋଜ୍ ନେବା ଉପଯୁକ୍ତ ସମୟ ବୋଲି କହିଛି ଭାରତ ବାୟୋଟେକ୍  । ଭାରତ ବାୟୋଟେକ୍ର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ କ୍ରିଷ୍ଣା ଏଲ୍ଲା କହିଛନ୍ତି ଏସଂପର୍କରେ ସରକାର ଅନ୍ତିମ ନିଷ୍ପତି ନେବେ । ଏହା ସହ ସେ କହିଛନ୍ତି, ନାଜାଲ ଟିକା ଭାଇରସ୍ର ସଂକ୍ରମଣକୁ ରୋକିବାରେ ସାଧାରଣ ଟିକା ଅପେକ୍ଷା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହା ଦ୍ୱାରା ଟିକା ନେଇଥିବା ଲୋକଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିବ ନାହିଁ ।

 

ନାଜାଲ ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଥିବା ବେଳେ ସେ ସଂପର୍କିତ ତଥ୍ୟକୁ ବିଶ୍ଲେଷଣ କରାଯାଉଥିବା କହିଛନ୍ତି କ୍ରିଷ୍ଣା ଏଲ୍ଲା । ୩୬ଟି ଦେଶର କରୋନାର ବୁଷ୍ଟର ଡୋଜ୍କୁ ଅନୁମତି ଦେଇ ସାରିଲେଣି । ଆମେରିକା, ତୁର୍କୀ, ଜର୍ମାନୀ, ଅଷ୍ଟ୍ରିଆ, କାନାଡା, ଫ୍ରାନ୍ସ ଆଦି ଦେଶରେ ବୁଷ୍ଟର ଡୋଜ୍ ଦିଆଯାଉଛି । ଆମେରିକାରେ ସର୍ବାଧିକ ୧ କୋଟି ୨୪ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେଇଛି । ଦ୍ୱିତୀୟ ସର୍ବାଧିକ ଭାବେ ତୁର୍କୀରେ ୧ କୋଟି ୧୯ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି ।
 

Related News
satta king tw