Top Stories

Search here...

News

ୟୁରୋପରେ କୋଭିଡ୍ କଟକଣାକୁ ଜୋରଦାର ବିରୋଧ

Posted On - 10 hours ago
Edited By Team BbsrReporters
LAST UPDATED Nov 23, 2021 10:00 PM

ଏହି କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରାଯାଇଛି ।

 

 

BBSR Reporters

 

 

ନୂଆଦିଲ୍ଲୀ:  ୟୁରୋପରେ କୋଭିଡ୍ କଟକଣାକୁ ଜୋରଦାର ବିରୋଧ । ସଂକ୍ରମଣ ଉପରମୁହାଁ ହେଉଥିବାରୁ ୟୁରୋପରେ କୋଭିଡ୍ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରାଯାଇଛି । ଲାଗୁ ହୋଇଥିବା ନୂଆ କଟକଣାକୁ ବେଲଜିୟମ୍ ଓ ନେରଦାଣ୍ଡରେ ତୀବ୍ର ବିରୋଧ ହୋଇଛି ।

 

 

ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । କୋଭିଡ୍ କର୍ଫ୍ୟୁକୁ ବିରୋଧ କରି ନେଦରଲାଣ୍ଡରେ ଆନ୍ଦୋଳନ କରାଯାଇଛି । ପୋଲିସ ୧୪୫ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ବ୍ରସେଲସରେ ଏକ ଆନ୍ଦୋଳନସ୍ଥଳରେ ପ୍ରାୟ ୩୫ ହଜାର ଲୋକ ଏକାଠି ହୋଇଥିଲେ । ପୋଲିସ ସେମାନଙ୍କୁ ପାଣି ଓ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କିଛି ଆନ୍ଦୋଳନକାରୀ ମଧ୍ୟ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସେହିପରି ଅଷ୍ଟ୍ରିଆ ଓ କ୍ରୋଏସିଆରେ କଟକଣାକୁ ବିରୋଧ କରି ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

 

 

ରେଷ୍ଟୁରାଂଟରେ କୋଭିଡ୍ ପାସ୍ ଆବଶ୍ୟକ ହେଉଛି । ଅଧିକାଂଶ ଲୋକଙ୍କୁ ଡିସେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସପ୍ତାହକୁ ୪ ଦିନ ଘରୁ ବାହାରିବା ପାଇଁ କୁହାଯାଇଛି । ନେଦରଲାଣ୍ଡର ହେଗ୍ ସହରରେ ଗତ ଶନିବାର ପ୍ରବଳ ହିଂସା ହୋଇଥିଲା । ଅଧିକାରୀମାନେ ଏଠାରେ ଏମରଜେନ୍ସି ସ୍ଥିତି ଘୋଷଣା କରିଛନ୍ତି । ହିଂସା ମାମଲାରେ ଅନେକ ମଧ୍ୟ ଗିରଫ ହୋଇଛନ୍ତି । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ବି କୋଭିଡ୍ କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଛି । ସରକାର ଏକ ନୂଆ ଜାତୀୟ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ।

 

 

ଅଷ୍ଟ୍ରିଆରେ ୨୦ ଦିନିଆ ଲକ୍‌ଡାଉନ୍ ଆରମ୍ଭ ହୋଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଇଟାଲୀରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକ ନୂଆ କୋଭିଡ୍ କଟକଣା ତଥା କାର୍ଯ୍ୟସ୍ଥଳରେ ଗ୍ରୀନ୍‌ପାସ୍ ସାର୍ଟଫିକେଟ୍‌କୁ ବିରୋଧ କରି ଆନ୍ଦୋଳନ କରିଛନ୍ତି ।

Related News
satta king tw