Top Stories

Search here...

News

ବୁର୍ଲା ଭୀମସାରର ୨୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

Posted On - 9 hours ago
Edited By Team BbsrReporters
LAST UPDATED Nov 23, 2021 10:13 PM

କରୋନା ପଜିଟିଭି ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ ସେଂଟରରେ ଭର୍ତି କରାଯାଇଛି ।

 

 

BBSR Reporters

 

 

ବୁର୍ଲା: ବୁର୍ଲା ଭୀମସାରର ୨୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଏମବିବିଏସ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି । ତେବେ କରୋନା ପଜିଟିଭି ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ ସେଂଟରରେ ଭର୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି ।

 

 

ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।

Related News
satta king tw