Top Stories

Search here...

News

ରାଜ୍ୟରେ କ୍ରମାଗତ ଭାବେ ପ୍ରଜନନ ହାର ସହ ମାତୃ ଓ ଶିଶୁ ମୃତୁ୍ୟ ହାର ହ୍ରାସ ପାଉଛି

Posted On - 17 hours ago
Edited By Team BbsrReporters
LAST UPDATED Nov 26, 2021 11:27 AM

୨୦୧୫-୧୬ରେ ରାଜ୍ୟରେ ପ୍ରତି ୧ଲକ୍ଷ ପ୍ରସବରେ ମୃତୁ୍ୟ ସଂଖ୍ୟା ୧୬୮ ଥିବାବେଳେ ୨୦୧୬-୧୮ରେ ଏହା ୧୫୦କୁ ହ୍ରାସ ପାଇଥିଲା । ୨୦୧୯ରେ ଏହା ୧୦୭କୁ ଖସି ଆସିଥିଲା ।

 

BBSR Reporters

 


ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି ପ୍ରଜନନ ହାର । ପୂର୍ବ ତୁଳନାରେ ମହିଳାମାନେ କମ୍ ପିଲା ଜନ୍ମ ଦେଉଛନ୍ତି । ଗତ ୫ ବର୍ଷ ଭିତରେ ଏହା ଶୂନ ଦଶମିକ ୩ ପଏଂଟ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ସାମନାକୁ ଆସିଛି ।  ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟରେ  ପ୍ରଜନନ ହାର ୨ଦଶମିକ ୧ ଥିବାବେଳେ ୨୦୨୦-୨୧ରେ ଏହା ୧ ଦଶମିକ ୮ ପ୍ରତିଶତକୁ ଖସି ଆସିଛି ।

 

ତେବେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ମହିଳାଙ୍କ ପ୍ରଜନନ କ୍ଷମତା କିଛି ପରିମାଣରେ ଅଧିକ ରହିଛି ।  ସହରାଂଚଳରେ ଏହା ୧ଦଶମିକ ୫ପ୍ରତିଶତ ଥିବାବେଳେ ଗ୍ରାମାଂଚଳରେ ୧ ଦଶମିକ ୯ପ୍ରତିଶତ ରହିଛି ।  ଅର୍ଥାତ ରାଜ୍ୟର ୫ଜଣ ମହିଳା ଏବେ ୯ ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ଆଜିକାଲି ଦମ୍ପତିଙ୍କ ଭିତରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସଚେତନତା, ପରିବାର ନିୟୋଜନ ପାଇଁ ବିଭିନ୍ନ ପଦ୍ଧତି ଆପଣାଇବା କାରଣରୁ ମୋଟ ପ୍ରଜନନ ହାର  ବା ଟିଏଫଆର କମ୍ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି । ତେବେ ଏହା ଏକ ଭଲ ସଂକେତ ବୋଲି କହିଛନ୍ତି ସନ୍ତାନ ଫର୍ଟିଲିଟିର ସିଇଓ ରାଘବ ପ୍ରସାଦ ପଣ୍ଡା l ପଣ୍ଡା କହିଛନ୍ତି ବିକଶିତ ରାଷ୍ଟ୍ରମାନଙ୍କରେ ଲୋକଙ୍କ ଟିଏଫଆର କମ୍ ରହିଥାଏ । ଆଉ ଆମେ ସେହି ଦିଗରେ ଗତିରେ କରୁଛି । ଜଣେ ମହିଳା ନିଜ ପ୍ରଜନନ ବୟସ ଭିତରେ ଯେତିକି ସଂଖ୍ୟକ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି ତାହାକୁ ଟିଏଫଆର ବୋଲି କୁହାଯାଏ ।

 

 

(ରାଜ୍ୟରେ ପ୍ରଜନନ ହାର କମିବା ସହ ରାଜ୍ୟରେ ମାତୃ ଓ ଶିଶୁ ମୃତୁ୍ୟ ହାର ବି ହ୍ରାସ ପାଉଛି ।  ଏନଏଚଏଫଏସ ରିପୋର୍ଟ  ଅନୁସାରେ ୨୦୧୫-୧୬ରେ ରାଜ୍ୟରେ ପ୍ରତି ୧ଲକ୍ଷ ପ୍ରସବରେ ମୃତୁ୍ୟ ସଂଖ୍ୟା ୧୬୮ ଥିବାବେଳେ ୨୦୧୬-୧୮ରେ ଏହା ୧୫୦କୁ ହ୍ରାସ ପାଇଥିଲା । ୨୦୧୯ରେ ଏହା ୧୦୭କୁ ଖସି ଆସିଥିଲା । ସେହିପରି ୧୯୯ରେ ପ୍ରତି ୧ହଜାର ନବଜାତକଙ୍କ ମଧ୍ୟରୁ ୯୦ ଶିଶୁ ପ୍ରାଣ ହରାଉଥିଲେ । କିନ୍ତୁ ୨୦୧୮ ବେଳକୁ ଏହା ୪୦କୁ ହ୍ରାସ ପାଇଛି ।

 

୨୦୨୦-୨୧ ଶିଶୁ ମୃତୁ୍ୟ ସଂଖ୍ୟା ହାର ପ୍ରତି ହଜାରେ ଜନ୍ମରେ ୩୬ ଦଶମିକ ୩ ରହିଛି । ୨୦୧୫-୧୬ରେ ଏହା ୩୯ ଦଶମିକ ୬ ଥିଲା । ସେହିପରି ୨୦୨୦-୨୧ରେ ନବଜାତ ମୃତୁ୍ୟ ହାର ପ୍ରତି ହଜାରରେ ୨୭ ରହିଥିବାବେଳେ ୨୦୧୫-୧୬ରେ ଏହା ୨୮ଦଶମିକ ୨ ଥିଲା ।  ଶିଶୁ ଓ ମାତୃ ମୃତୁ୍ୟ ହାର କମିବା ପଛରେ ଜନନୀ ସୁରକ୍ଷା ଯୋଜନାର ବଡ ଭୂମିକା ଥିବା କୁହାଯାଉଛି । ସେହିପରି ଓଡ଼ିଶା ଶିଶୁ ଟିକାକରଣ ଓ ପୋଷଣରେ ଆଗୁଆ ରହିଛି ।
 

Related News
satta king tw