Top Stories

Search here...

News

କଲେଜ ଫି ଦେଇ ନ ପରିବାରୁ ବିନ୍ଦୁସସଗାରରର  ଛାତ୍ରଙ୍କ ଆତ୍ମହତ୍ୟା

Posted On - 6 hours ago
Edited By Prabir Kumar
LAST UPDATED Oct 25, 2021 05:28 PM

ଟଙ୍କା ଅଭାବରୁ ସେ କଲେଜରୁ ପାଠ ଅଧା ବନ୍ଦ କରି ବ୍ୟବସାୟ କରିବାକୁ ଚିନ୍ତା କରୁଥିଲେ । ଏପଟେ ଘର ଭଡ଼ା ଦେବା ପାଇଁ ସମସ୍ୟା ସାମ୍ନା କରୁଥିଲେ ।

 

 

BBSR Reporters

 

 

ଭୁବନେଶ୍ୱର: ଦେଇପାରିଲେନି ଘରଭଡା କି କଲେଜ ଫି । ଶେଷରେ ମାନସିକ ଚାପରେ ରହି ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ବିଟେକ୍ ଛାତ୍ର । ଶନିବାର ରାତିରେ ବିନ୍ଦୁସାଗରକୁ ଢେଇଁ ପଡିଥିଲେ । ରାତି ତମାମ ସର୍ଚ୍ଚ ଅପରେସନ୍ ପରେ ରବିବାର ସାକଳୁ ମିଳିଛି ଛାତ୍ରଙ୍କ ମୃତଦେହ । ଆତ୍ମହତ୍ୟା କରିବା ନେଇ ଇନଷ୍ଟାଗ୍ରାମରେ ଯୁବକ ଜଣଙ୍କ ମେସଜ୍ କରିଥିଲେ । ମେସେଜ୍ କରିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ବିନ୍ଦୁସାଗର ପୁଷ୍କରିଣୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଶ୍ରୀ ଲିଙ୍ଗରାଜ ଥାନା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସାଇଶ୍ରୀ ଜ୍ୟୋତିପ୍ରକାଶ(୨୦) । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

 


ସାଇଶ୍ରୀଙ୍କ ବାପା ଓ ମା’ଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସେ ଓ ତାଙ୍କ ମା\' ଭୁବନେଶ୍ୱରର ସାମନ୍ତରାପୁରରେ ଘରଭଡା ନେଇ ରହୁଥିଲେ । ତେବେ ଟଙ୍କା ଅଭାବରୁ ସେ କଲେଜରୁ ପାଠ ଅଧା ବନ୍ଦ କରି ବ୍ୟବସାୟ କରିବାକୁ ଚିନ୍ତା କରୁଥିଲେ । ଏପଟେ ଘର ଭଡ଼ା ଦେବା ପାଇଁ ସମସ୍ୟା ସାମ୍ନା କରୁଥିଲେ । ଏପରିକି ଥରେ ଘରଭଡା ପାଇଁ ଘର ମାଲିକ ଜିନିଷ ବିକ୍ରି କରିବାରୁ ଧମକ ଦେଇଥିଲେ । ଶେଷରେ ଚିନ୍ତାରେ ରହିବା ସହ ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଯୁବକଙ୍କ ସମ୍ପର୍କିୟମାନେ ।

 

 

ଅନ୍ୟପଟେ ସାଇଶ୍ରୀ ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମ୍‌ରେ କରିଥିଲେ ଶେଷ ପୋଷ୍ଟ । ନିଜର କଷ୍ଟଦାୟକ ଜୀବନ ବିଷୟରେ ସେ ତାଙ୍କର ଶେଷ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏପରିକି ସମସ୍ତଙ୍କୁ ଗୁଡ୍ ବାଏ କହିବା ସହ ମରିବାବେଳେ ହସି ହସି ମରୁଛି ବୋଲି କହିଛନ୍ତି ସାଇଶ୍ରୀ । ସାଇଶ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ପୃଥିବୀ ମୋତେ ଅମାନୁଷିକ ଲାଗେ । ମୋର ଏହି ଜୀବନ ସବୁଠାରୁ ଅତି କଷ୍ଟକର । ମୁଁ ବଞ୍ଚିବାକୁ ଚାହୁଁନାହିଁ । ଏଣୁ ମୁଁ ମୋ ନିଜ ଶରୀରକୁ ମାରି ଦେବାକୁ ଚାହୁଁଛି । ମୁଁ ବହୁତ ଦିନ ହେଲା ମୋ ଜୀବନ ଶେଷ କରିଦେବାକୁ ଚାହୁଁଥିଲି, ହେଲେ କିଛି ସାଙ୍ଗସାଥି ଓ ସମ୍ପର୍କୀୟଙ୍କ ଯୋଗୁଁ ମତେ ସାମାନ୍ୟ ଆଶ୍ୱାସନା ମିଳିଯାଉଥିଲା । ହେଲେ ଆଉ ସେ ସମୟ ବେଶି ଦିନ ରହିଲା ନାହିଁ । ଯାହାର ଶେଷ ମୁହୂର୍ତ୍ତ ଆସିଛି । ମୋ ଜୀବନର ଶେଷ ସମୟ ଆସିଛି । ଆଉ ଶେଷ ଦିନରେ ମୁଁ ସମସ୍ତଙ୍କୁ ଗୁଡ୍ ବାଏ କହୁଛି । ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ମରିବାବେଳେ ହସି ହସି ମରୁଛି । ମୋର ପ୍ରତି ମୁହୂର୍ତ୍ତରେ ଥିବା ସ୍ମୃତିଗୁଡିକୁ ମୁଁ ସେୟାର କରିଛି । ମୁଁ ହସି ହସି ମରୁଚି ।

 

 

ତେବେ ସାଇଶ୍ରୀଙ୍କ ମରଶରରୀକୁ ପ୍ରଦିପ୍ତ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରାଯାଇ ପୋଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲକୁ ପଠାଇଥିଲା । ମୃତ୍ୟୁ ପରେ ଡେଲାଙ୍ଗରେ ରହୁଥିବା ତାଙ୍କ ବାପା ଓ ସାମନ୍ତରାପୁରରୁ ମା' ଆସି ଶବ ବ୍ୟବଚ୍ଛେଦ ବେଳେ ପହଞ୍ଚିଥିଲେ ।

Related News
satta king tw