Top Stories

Search here...

News

ଯୁକ୍ତ ଦୁଇରେ ନୂଆ ପରୀକ୍ଷା ନୀତି; ଦୁଇ ବର୍ଷରେ ୬ଟି ଇଣ୍ଟରନାଲ୍ ଓ ୨ଟି ବାର୍ଷିକ ପରୀକ୍ଷା

Posted On - 5 hours ago
Edited By Team BbsrReporters
LAST UPDATED Oct 03, 2021 02:39 AM

୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷା ପାଇଁ ୪୫ ମିନିଟ୍  ସମୟ ରହିବ । ଏହି ଇଣ୍ଟରନାଲ୍  ପରୀକ୍ଷାରେ ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ ।

 

BBSR Reporters


ଭୁବନେଶ୍ୱର : ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଦୁଇ ବର୍ଷରେ ୬ଟି ଇଣ୍ଟରନାଲ୍ ପରୀକ୍ଷା ସହ ଦେବେ ଦୁଇଟି ବାର୍ଷିକ ପରୀକ୍ଷା । ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ପରଫର୍ମାନ୍ସ ରେକର୍ଡ ସଂଗ୍ରହ ହେବ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏହି ପରୀକ୍ଷା ସଂସ୍କାର ନୀତିରେ ଆଜି ରାଜ୍ୟ ସରକାରଙ୍କ ମୋହର ବାଜିଛି ।

 

 ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷା ପାଇଁ ୪୫ ମିନିଟ୍  ସମୟ ରହିବ । ଏହି ଇଣ୍ଟରନାଲ୍  ପରୀକ୍ଷାରେ ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ । ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ । ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ । ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ । ପ୍ରଶ୍ନ ପଢି ବୁଝିବା ଲାଗି ଅତିରିକ୍ତ ୫ ମିନିଟ୍ ସମୟ ଦିଆଯିବ । ମୋଟ୍ ୪୫ ମିନିଟ୍ର ପରୀକ୍ଷା ହେବ । ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ ମହାବିଦ୍ୟାଳୟ ଗୁଡ଼ିକୁ ନିଦେ୍ର୍ଧଶ ଦେଇଛି ଉଚ୍ଚ ମାଧ୍ୟମିକ ପରିଷଦ । ଏହାସହ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ ବୋଲି କୁହାଯାଇଛି ।

 

ସିଏଚଏସ୍ଇ କେବଳ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପରିଚାଳନା କରିବ । କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍ ଲାଇନ ଜରିଆରେ ସିଏଚଏସଇକୁ ପଠେଇବେ । ଯାହାକୁ  ରେକର୍ଡ ଭାବେ ରଖାଯିବ । ଭବିଷ୍ୟତରେ ମହାମାରୀ ପରିସ୍ଥିତିରେ ପରୀକ୍ଷା ବାତିଲ ହେଲେ, ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ପରୀକ୍ଷା ସଂସ୍କାର ନୀତିକୁ ଆଜି ରାଜ୍ୟ ସରକାର ମୋହନ ମାରିଛନ୍ତି । ଅର୍ଥାତ ଚଳିତ ବର୍ଷାଠାରୁ ଏହି ଢ଼ାଞ୍ଚାରେ ପରୀକ୍ଷା ହେବ ବୋଲି କୁହାଯାଇଛି ।

 

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ । ସେହିପରି ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ କମ ସିଲାବସ୍ରେ ଶିକ୍ଷାଦାନ ହେବ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇଣ୍ଟରନାଲ୍ ପରୀକ୍ଷାରେ ଘରୋଇ କଲେଜ ଗୁଡ଼ିକ ପିଲାଙ୍କୁ ଅଧିକ ମାର୍କ ଦେଇଥାନ୍ତି ବୋଲି ପିଲାଙ୍କ ମତ । ଏଥିରେ କିପରି ସ୍ୱଚ୍ଛତା ବଜାୟ ରହିବ, ସେଥିପ୍ରତି କଡା ପଦକ୍ଷେପ ନେବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି ।

Related News
satta king tw