Top Stories

Search here...

News

ପ୍ରଥମ ପ୍ରୟାସରେ ସିଭିଲ୍ ସର୍ଭିସ୍‌ରେ ସଫଳତା ପାଇଛନ୍ତି ଆଦର୍ଶକାନ୍ତ ଶୁକ୍ଳା

Posted On - 4 minutes ago
Edited By Team BbsrReporters
LAST UPDATED Sep 28, 2021 02:58 PM

ବିନା କୋଚିଂରେ ୨୨ ବର୍ଷ ବୟସ ରେ ସେ ସଫଳତା ପାଇଁ ପାରିଛନ୍ତି l

 

 

BBSR Reporters

 

ଲକ୍ଷ୍ନୌ: ଗତ ଦୁଇ ଦିନ ପୂର୍ବରୁ ପ୍ରକାଶ ପାଇଥିବା ୟୁପିଏସ୍‌ସି ପରିଚାଳିତ ସିଭିଲ୍ ସର୍ଭିସ୍‌ର ପରୀକ୍ଷାଫଳରେ ୧୪୯ତମ ସ୍ଥାନ ଅଧିକାର କରିଛନ୍ତି ଆଦର୍ଶକାନ୍ତ ଶୁକ୍ଳା। ସେ ବିନା କୋଚିଂରେ ପ୍ରଥମ ପ୍ରୟାସରେ  ସଫଳତା ପାଇଛନ୍ତି । ଆଦର୍ଶଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ତାଙ୍କ ଘର ଉତ୍ତର ପ୍ରଦେଶର ବରବାଙ୍କୀ ଜିଲ୍ଲାରେ। ତାଙ୍କ ବାପା ରାଧାକାନ୍ତ ଶୁକ୍ଳା ଜଣେ ଆକାଉଣ୍ଟାଣ୍ଟ। ସେ ଏକ ପ୍ରାଇଭେଟ୍ ଫାର୍ମରେ କାମ କରନ୍ତି।ଏହି ସଫଳତା ପାଇଁ ଆଦର୍ଶ ତାଙ୍କ ବାପାମା’ଙ୍କୁ ଶ୍ରେୟ ଦେଇଛନ୍ତି। ଆଉ ଏହି ସଫଳତା ତାଙ୍କ ବାପା ରାଧାକାନ୍ତଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିଛି। କାରଣ ତାଙ୍କ ବାପା ବି ପଢ଼ିଲା ବେଳେ ସିଭିଲ ସର୍ଭିସ୍ ପରୀକ୍ଷା ଦେବାକୁ ମନ ବଳାଇଥିଲେ।

 

 

ଆଦର୍ଶ ହାଇସ୍କୁଲ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ଟପ୍ପର ହୋଇଥିଲେ। ସେ ଲକ୍ଷ୍ନୌର ନ୍ୟାଶନାଲ୍ ପିଜି କଲେଜରେ ବିଏସ୍‌ସି କରୁଥିଲେ ଏବଂ ଏଥିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଆଦର୍ଶଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ। ଆଉ ପ୍ରଥମ ଥରରେ ସେ ବାଜି ମାରିଥିବା ଯୋଗୁ ତାଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ସଫଳତା ପାଇଁ ଆଦର୍ଶ ତାଙ୍କ ବାପାମା’ଙ୍କୁ ଶ୍ରେୟ ଦେଇଛନ୍ତି। ଆଉ ଏହି ସଫଳତା ତାଙ୍କ ବାପା ରାଧାକାନ୍ତଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିଛନ୍ତି ।

 

Related News
satta king tw