Top Stories

Search here...

News

୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା 

Posted On - 34 minutes ago
Edited By Team BbsrReporters
LAST UPDATED Sep 04, 2021 11:58 AM

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୬ ହଜାର ପଦବୀକୁ ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ହେବ :ଧର୍ମେନ୍ଦ୍ର ପ୍ରଧାନ 

 

BBSR Reporters


ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୬ ହଜାର ପଦବୀକୁ ଅକ୍ଟୋବର ଶେଷ ସୁଦ୍ଧା ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଅନ୍ୟ ଏକ ପୃଥକ ବୈଠକରେ ସମସ୍ତ ୨୩ଟି ‘ଆଇଆଇଟି ଗବେଷଣା ଏବଂ ବିକାଶ ମେଳା’ ନଭେମ୍ବରରେ ଅନୁଷ୍ଠିତ ହେବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା(ଆଇଆଇଟି)ର ନଭେମ୍ବର ମାସରେ ହେବାକୁ ଥିବା ଗବେଷଣା ଏବଂ ବିକାଶ ମେଳାର ଆୟୋଜନ ପାଇଁ ଗଠିତ ଆଇଆଇଟି ସଂଚାଳନ ସମିତି ସହ ଅନୁଷ୍ଠିତ ପୃଥକ ପୃଥକ ବୈଠକରେ ଆଲୋଚନା କରିଛନ୍ତି । 

 

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା କାଳରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୬ ହଜାର ପଦବୀକୁ ଅକ୍ଟୋବର ସୁଦ୍ଧା ପୂରଣ କରିବା ତଥା ପଦବୀରେ ଏସସି, ଏସଟି, ଓବିସି, ଆର୍ଥ ôକ ଅନଗ୍ରସର, ଦିବ୍ୟାଙ୍ଗ ଲୋକଙ୍କୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶବାସୀଙ୍କ ଆକାଂକ୍ଷା ଏବଂ ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଆମର ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ସାମାଜିକ ଏବଂ ଆର୍ଥôକ ବିକାଶକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଚାବିକାଠି ହୋଇଛନ୍ତି  । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭାରତର ସମୃଦ୍ଧ ଭାଷା ଏବଂ ସାଂସ୍କୃତିକ ଐତିହ୍ୟକୁ ଲୋକପ୍ରିୟ କରିବା ଏବଂ ଭାରତୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଉଚିତ୍ । ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସୃଜନଶୀଳତା, ନବସୃଜନ ଏବଂ ସୁଯୋଗର ମୂଳଦୁଆ । ଉଭା ହେଉଥିବା ନୂତନ ବିଶ୍ୱରେ ଭାରତକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ  । ଭାରତର ଭାଗ୍ୟ ଭବିଷ୍ୟତକୁ ପରିବର୍ତନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଜାତୀୟ ଶିକ୍ଷା ନୀତିରେ ବର୍ଣ୍ଣିତ ସେମାନଙ୍କର ଦାୟିତ୍ୱ ଗୁଡିକୁ ପୂରଣ କରିବେ  ।


ଏହାବ୍ୟତିତ ଆଇଆଇଟି ସଂଚାଳନ ସମିତି ସହ ବୈଠକରେ ଶ୍ରୀ ପ୍ରଧାନ କରିଛନ୍ତି ଯେ ଦେଶର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତର ସମସ୍ତ ସମସ୍ତ ୨୩ଟି ଆଇଆଇଟି ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ‘ଗବେଷଣା ଏବଂ ବିକାଶ ମେଳା’ର ଆୟୋଜନ କରିବେ । ଏହି ମେଳା ଭାରତର ଶିଳ୍ପ ମଧ୍ୟରେ ଆଇଆଇଟିର କ୍ଷମତା ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଉପରେ ସଚେତନତା କରିବ । ଗବେଷଣା ଏବଂ ବିକାଶ ମେଳା ଜାତୀୟ ଶିକ୍ଷା ନୀତିରେ ଥିବା ପରିକଳ୍ପିତ ଅତ୍ୟାଧୁନିକ ଗବେଷଣା ପାଇଁ ଅନୁକୂଳ ବାତାବରଣ ତିଆରି କରିବ । ଭାରତରେ ଶିଳ୍ପ ସଂସ୍ଥାଙ୍କ ସହ ମିଳିତ ଭାବରେ ୨୩ଟି ଆଇଆଇଟିର ଏହି ପଦକ୍ଷେପ ଦ୍ୱାରା ଭାରତ ଏବଂ ବିଶ୍ୱ ବଜାର ପାଇଁ ନବସୃଜନ ବିକଶିତ କରିବା ସହ ଜୀବନଶୈଳିକୁ ସୁଗମ କରିବାରେ ସହାୟକ ହେବ । ଏହାବ୍ୟତିତ ଉଭା ହେଉଥିବା ଟେକ୍ନୋଲୋଜି ଏବଂ ଗବେଷଣା ପାଇଁ ଆଲୁମିନି ଏବଂ ଶିଳ୍ପ ସଂସ୍ଥାଙ୍କ ଦ୍ୱାରା କରାଯାଉଥିବା ନିବେଶକୁ ମଧ୍ୟ ସହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
 

Related News
satta king tw