Top Stories

Search here...

News

ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଛି ହଜାରେ ପ୍ରଫେସର ପଦବୀ

Posted On - 12 hours ago
Edited By Team BbsrReporters
LAST UPDATED Sep 09, 2021 02:21 AM

ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷାମନ୍ତ୍ରୀ

 

BBSR Reporters


ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଛି ୧୦୦୭ଟି ପ୍ରଫେସର ପଦବୀ । ଏହା ବ୍ୟତୀତ ସମସ୍ତ ବିଶ୍ୱବିଦ୍ୟାଳୟରେ କେତୋଟି ପଦବୀ ଖାଲି ପଡ଼ିଛି, ତା'ର ଉତ୍ତର ରଖିଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ କେତୋଟି ପ୍ରଫେସର ପଦବୀ ଖାଲି ରହିଛି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅମର ଶତପଥୀ ।

ଆଜି ଏହାର ଉତ୍ତର ରଖି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି | ସେ ମଧ୍ୟରୁ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ପଦବୀ ଏବଂ ରମାଦେବୀରେ ୧୦୧ଟି ପ୍ରଫେସର ପଦବୀ ଖାଲି ରହିଛି |

Related News
satta king tw