Top Stories

Search here...

News

ଅନଲାଇନରେ ପାଠ ପଢାରେ ପଛୁୂଆ ଦେଶ; ମାତ୍ର ୮% ଛାତ୍ରଛାତ୍ରୀ ନିୟମିତ ପଢୁଛନ୍ତି

Posted On - 1 minute ago
Edited By Team BbsrReporters
LAST UPDATED Sep 11, 2021 09:46 AM

ରିପୋର୍ଟ ଅନୁସାରେ ଅନଲାଇନ ପାଠପଢା ଯୋଗୁ  ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି । 

 

BBSR Reporters

 

ଭୁବନେଶ୍ୱର: ଅନଲାଇନରେ ପାଠ ପଢାକୁ ନେଇ ପ୍ରକାଶ ପାଇଛି ରିପୋର୍ଟ  । ଲକ୍ଡ ଆଉଟ୍: ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ଦେଇଛି ଉଦ୍ବେଗଜନକ ତଥ୍ୟ । ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି । ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି ।


ଏପଟେ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ତୁରନ୍ତ ସ୍କୁଲ ଖୋଲିବା ସପକ୍ଷରେ ମତ ରଖିଛନ୍ତି ଗ୍ରାମାଞ୍ଚଳର ୯୭ ପ୍ରତିଶତ ଓ ସହରାଞ୍ଚଳର ୯୦ ପ୍ରତିଶତ ଅଭିଭାବକ । ଓଡ଼ିଶାରେ ମଧ୍ୟ ଅନ୍ଲାଇନରେ ସବୁ ପିଲାଙ୍କୁ ଶିକ୍ଷାଦାନ କରିବା ସମ୍ଭବ ହେଉନଥିବା ସ୍ୱୀକାର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ରାଜ୍ୟର ପାଖାପାଖି ୨୨ ପ୍ରତିଶତ ପିଲା ଅନ୍ଲାଇନ୍ରେ ପଢ଼ୁଛନ୍ତି । କିନ୍ତୁ ଅଫ୍ଲାଇନ ପାଠପଢ଼ା ଆରମ୍ଭ ହେବା ପରେ ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ୭୦% ପିଲା ସ୍କୁଲ ଆସିଲେଣି ବୋଲି ଶ୍ରୀ ଦାଶ କହିଛନ୍ତି ।

 

ଡିଜିଟାଲ୍ ଭାରତରେ ଗ୍ରାମାଞ୍ଚଳରେ ଅପହଞ୍ଚ ଅନଲାଇନ ଶିକ୍ଷା । ବାଧକ ସାଜିଛି ସ୍ମାର୍ଟଫୋନ । ସେପଟେ ନେଟ୍ୱାର୍କ ନ ଥିବାରୁ ଅନେକ ଛାତ୍ରଛାତ୍ରୀ ପଢ଼ାରେ ବନ୍ଧା ହେଲାଣି ଡୋରୀ । ଏମିତି ଚିତ୍ର ଆସିଛି ଉପାନ୍ତ ରାୟଗଡ଼ା ଜିଲ୍ଲାରୁ । ଦୀର୍ଘ ଦେଢ଼ ବର୍ଷ ଧରି ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନ ପାଠ ପଢ଼ିପାରୁ ନାହାନ୍ତି । ଏପରିକି ସ୍ମାର୍ଟଫୋନ୍ର ବ୍ୟବସ୍ଥା ନଥିବାରୁ ପିଲାମାନେ ଗୋରୁ ଚରାଉଛନ୍ତି । ଆଉ ଗାଁ ଦାଣ୍ଡରେ ଖେଳୁଥିବା ଦେଖିବାକୁ ମିଳିଛି । ଏଭଳି ଚିତ୍ର କେବଳ ରାୟଗଡ଼ା ଜିଲ୍ଲାରେ ନୁହେଁ, ରାଜ୍ୟର ପ୍ରାୟ ସବୁ ପଛୁଆ ଅଞ୍ଚଳରେ ଦେଖିବାକୁ ମିଳୁଛି ।


ସମାନ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ । ମୋବାଇଲ୍ ନେଟ୍ୱାର୍କ ନଥିବାରୁ ପିଲାମାନେ ମଞ୍ଚାରେ ବସି ପାଠ ପଢ଼ୁଛନ୍ତି । ଆଉ କେଉଁଠି ପିଲାମାନେ ପାହାଡ଼ରେ ବସି ଅନ୍ଲାଇନ୍ କ୍ଲାସ କରୁଛନ୍ତି । ଏମାନଙ୍କ ଲାଗି ପଢ଼ିବା କାଠିକର ପାଠ ହୋଇପଡ଼ୁଛି । ଏପରି ସ୍ଥଳେ ଅଫଲାଇନରେ ପାଠ ପଢାଇବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।

Related News
satta king tw