Top Stories

Search here...

News

ଓଡ଼ିଶା ପୋଲିସରେ ୨୪୪ କନଷ୍ଟେବଳ ପଦବୀ ପାଇଁ  ନିଯୁକ୍ତି; ୧୩ ରୁ ଆବେଦନ

Posted On - 5 hours ago
Edited By Team BbsrReporters
LAST UPDATED Sep 09, 2021 11:57 AM

ଆଶାୟୀ ପ୍ରାର୍ଥୀଙ୍କ ବୟସ ୧.୧.୨୦୨୧ ସୁଦ୍ଧା ୧୮ ବର୍ଷରୁ କମ୍ ହୋଇ ନଥିବ କି ୨୩ ବର୍ଷରୁ ଅଧିକ ହୋଇ ନଥିବ । ତେବେ ଏସ୍ସି, ଏସ୍ଟି, ଏସ୍ଇବିସି, ହୋମ୍ଗାର୍ଡ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ଓଡ଼ିଶା ପୁଲିସ୍ରେ ୨୪୪ଟି କନଷ୍ଟେବଲ ପଦବୀ (କମ୍ୟୁନିକେସନ୍)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ପୁଲିସ୍ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇ ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଏହି ୨୪୪ଟି ପଦବୀ ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଓଡ଼ିଶା ପୁଲିସ୍ ସିଗ୍ନାଲ୍ ସର୍ଭିସ୍ରେ ନିଯୁକ୍ତି ଦିଆଯିବ ।


ବୋର୍ଡର ବିଜ୍ଞପ୍ତି ଅନୁଯାୟୀ, କିନ୍ନରମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀମାନେ ସେପ୍େଟମ୍ବର ୧୩ ତାରିଖରୁ ଏଥିପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୪ ରହିଛି ।


ଆଶାୟୀମାନେ ଅତିକମ୍ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ବା ଇଲେକ୍ଟ୍ରୋନିକ୍ସ ବା ଷ୍ଟାଟିଷ୍ଟିକ୍ ବା କମ୍ପ୍ୟୁଟର ସାଇନ୍ସ ବା ଇନ୍ଫର୍ମମେସନ୍ ଟେକ୍ନୋଲୋଜି ବିଷୟ ଥାଇ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ । ସେହିପରି ଇଞ୍ଜିନିୟରିଂରେ ୩ ବର୍ଷର ଇଞ୍ଜିନିୟରିଂ କୋର୍ସ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ । ଏହି ନିଯୁକ୍ତି ପାଇଁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ । ତା’ସହିତ ଶାରୀରିକ ଦକ୍ଷତା ଟେଷ୍ଟ ମଧ୍ୟ ହେବ । ଏସ୍ସି ଓ ଏସ୍ଟି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ରେ ୨୨୦ ଟଙ୍କା ଡିପୋଜିଟ୍ କରିବାକୁ ହେବ ।

 

ଆଶାୟୀ ପ୍ରାର୍ଥୀଙ୍କ ବୟସ ୧.୧.୨୦୨୧ ସୁଦ୍ଧା ୧୮ ବର୍ଷରୁ କମ୍ ହୋଇ ନଥିବ କି ୨୩ ବର୍ଷରୁ ଅଧିକ ହୋଇ ନଥିବ । ତେବେ ଏସ୍ସି, ଏସ୍ଟି, ଏସ୍ଇବିସି, ହୋମ୍ଗାର୍ଡ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି । ହୋମ୍ଗାର୍ଡଙ୍କ କ୍ଷେତ୍ରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସୁଦ୍ଧା ଜଣେ ଅନବରତ ଭାବେ ୩ ବର୍ଷ ଚାକିରି କରିଥିବା ଆବଶ୍ୟକ । ସେହିପରି ୧.୧.୨୦୨୧ ସୁଦ୍ଧା ତାଙ୍କ ବୟସ ୨୮ ବର୍ଷରୁ କମ୍ ହୋଇଥିବା ଜରୁରୀ । ଗ୍ରୁପ୍-ଡି ଚାକିରିଆଙ୍କ କ୍ଷେତ୍ରରେ ପ୍ରାର୍ଥୀ ଅତିକମ୍ରେ ୫ ବର୍ଷ ଚାକିରି କରିଥିବା ଆବଶ୍ୟକ । ତା’ସହିତ ତାଙ୍କ ବୟସ ୪୩ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।


 

Related News
satta king tw