Top Stories

Search here...

News

ବିନା ଅଧାପକରେ ଚାଲିଛି ରେଙ୍ଗାଳି ଯୁକ୍ତ ୨ କଲେଜ

Posted On - 5 hours ago
Edited By Team BbsrReporters
LAST UPDATED Sep 09, 2021 01:48 PM

୧୯୮୩ ମସିହାରେ ରେଙ୍ଗାଳୀ ବହୁମୁଖୀ ଜଳଭଣ୍ଡାର ଯୋଜନାରେ ରେଙ୍ଗାଳୀ ପ୍ରକଳ୍ପ କଲେଜ ସ୍ଥାପିତ ହୋଇଥିଲା ।

 

BBSR Reporters

 

ରେଙ୍ଗାଳି: ବିନା ଅଧାପକରେ ଚାଲିଛି ରେଙ୍ଗାଳି ଯୁକ୍ତ ୨ କଲେଜ । ଅଧ୍ୟାପକ ନଥିବାରୁ କଲେଜରେ ଝୁଲୁଛି ତାଲା । ଫଳରେ ୧୨୮ ଜଣ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ୧୯୮୩ ମସିହାରେ ରେଙ୍ଗାଳୀ ବହୁମୁଖୀ ଜଳଭଣ୍ଡାର ଯୋଜନାରେ ରେଙ୍ଗାଳୀ ପ୍ରକଳ୍ପ କଲେଜ ସ୍ଥାପିତ ହୋଇଥିଲା ।

 

 

କଲେଜର ଦାୟିତ୍ୱ ନେଇଥିଲେ ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାର ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ଜଳ ସଂପଦ ବିଭାଗରୁ ପ୍ରିନ୍ସିପାଲ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶତାଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଥିଲେ, କିନ୍ତୁ ବିଡ଼ମ୍ବନା ଆଜି କଲେଜରେ ତାଲା ଝୁଲୁଛି । ଧୀରେ ଧୀରେ ସମସ୍ତ ଅଧ୍ୟାପକ ଓ ପ୍ରିନ୍ସିପାଲ ଅବସର ନେଇଥିଲେ । ହେଲେ ଏହା ପରେ ଏଠାରେ ପ୍ରିନ୍ସିପାଲ, ଅଧ୍ୟାପକ ଏପର୍ଯ୍ୟନ୍ତ ନିଯୁକ୍ତି ପାଇନାହାନ୍ତି । ଆଉ କଲେଜରେ ତାଲା ଝୁଲୁଛି । କଲେଜରେ କଳା ଓ ବିଜ୍ଞାପ ଶେଷ ବର୍ଷରେ ପାଠ ପଢ଼ୁଛନ୍ତି ୧୨୮ ଜଣ ଛାତ୍ରଛାତ୍ରୀ ।
 

Related News
satta king tw