Top Stories

Search here...

News

ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍; ତିନି ଷ୍ଟିମ୍ରେ ରେଭେନ୍ସା ଆଗରେ 

Posted On - 10 hours ago
Edited By Team BbsrReporters
LAST UPDATED Sep 14, 2021 08:40 PM

ରେଭେନ୍ସାରେ ଆଡମିଶନ୍ ପାଇଁ ବିଜ୍ଞାନରେ ୯୧.୩୩, କଳାରେ ୭୯.୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ରଖାଯାଇଛି । 

 

BBSR Reporters

 

ଭୁବନେଶ୍ୱର : ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ଆରମ୍ଭ ହୋଇଥିବା ବେଳେ ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ମଧ୍ୟ ପ୍ରକାଶ ପାଇଛି । ପ୍ରବଳ ବର୍ଷାକୁ ଖାତିର ନକରି +୩ର ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର କଲେଜରେ ଆଡମିଶନ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ନାମ ଲେଖାଇଛନ୍ତି । ତେବେ ଆଡମିଶନ କ୍ଷେତ୍ରରେ ରେଭେନ୍ସା କଲେଜରେ ସବୁଠୁ ଅଧିକ କଟଅଫ୍ ମାର୍କ ରହିଛି ।  ଆସନ୍ତା ୧୬ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀଙ୍କର ଆଡମିଶନ୍ ପ୍ରକ୍ରିୟା ଜାରି ରହିବ । ତେବେ ଆଡମିଶନ୍ ପରେ ଅଫଲାଇନ୍ କ୍ଲାସ୍ ଗୁଡ଼ିକ ଶୀଘ୍ର ଖୋଲିବ ବୋଲି ଛାତ୍ରଛାତ୍ରୀମାନେ ଆଶାବାଦୀ ଅଛନ୍ତି ।


+୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ରେଭେନ୍ସାରେ ଆଡମିଶନ୍ ପାଇଁ ବିଜ୍ଞାନରେ ୯୧.୩୩, କଳାରେ ୭୯.୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ରଖାଯାଇଛି । ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରୀ ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରୀ ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରି ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ ୮୬.୮୩% କଟ୍ ଅଫ୍ ମାର୍କ ଧାର୍ଯ୍ୟ ରଖିଛି ।

 

ଯୁକ୍ତ ୨ ନାମଲେଖା ପାଇଁ ଅଗଷ୍ଟ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତାହା ସେପ୍େଟମ୍ବର ୫ ତାରିଖରେ ଶେଷ ହୋଇଛି । କଟକ ରେଭେନ୍ସା ଜୁନିୟର କଲେଜ୍ ତିନୋଟି ଷ୍ଟ୍ରିମ୍ ଅର୍ଥାତ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି । ଆଡମିଶନ୍ ପାଇଁ ମୋଟ୍ ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନ କରିଥିବାବେଳେ ପ୍ରଥମ କଟ୍ ଅଫରେ ୩ ଲକ୍ଷ ୮୬ ହଜାର ୪୬୪ ଜଣଙ୍କୁ ମନୋନୀତ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ଆଡମିଶନ୍ କରିବେ । 

 

ଆଡମିଶନ ସମୟରେ କୋଭିଡ୍ ଗାଇଡ ଲାଇନ୍ ପାଳନ ଲାଗି କଲେଜଗୁଡିକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ଯେଉଁମାନେ ଚାହିଁବେ ଅନ୍ ଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୭ ତାରିଖରେ ଯୁକ୍ତ ଦୁଇ ଦ୍ୱିତୀୟ କଟ୍ ଅଫ୍ ଏବଂ ୨୧ ତାରିଖରେ ଯୁକ୍ତ ତିନି ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ । 
 

Related News
satta king tw