Top Stories

Search here...

News

ସୋମବାର ଠୁ ଆରମ୍ଭ ହେବ ଯୁକ୍ତ ୩  ପାଠପଢା

Posted On - 1 day ago
Edited By Team BbsrReporters
LAST UPDATED Sep 20, 2021 04:26 AM

ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି । 

 

BBSR Reporters


ଭୁବନେଶ୍ୱର: କରୋନା ସଂକ୍ରମଣ କମୁଥିବାରୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି । ଏପରି ଓ ସ୍ଥଳେ ସେପ୍େଟମ୍ବର ୨୦ରୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା । ଉଭୟ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷ ପାଠ୍ୟକ୍ରମ ଆରମ୍ଭ ହେବ । କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ନିଷ୍ପତ୍ତି ହୋଇଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି । 


କ୍ଲାସରୁମ୍ ପାଠପଢ଼ା ନେଇ ବିଭାଗ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି । ସଂକ୍ରମଣ ଅଧିକ ଥିବା ଅଞ୍ଚଳର ପିଲା ଓ ଶିକ୍ଷକ କଲେଜ ଆସିବାକୁ ମନା କରାଯାଇଛି । ଗତ ଜୁଲାଇ ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲାଯାଇଛି । ରାଜ୍ୟର ସମସ୍ତ ବେଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍ନିକ କଲେଜ ଖୋଲିଛି । କ୍ଲାସ୍ରୁମ୍ରେ ଭଲ ଭାବେ ବିଶୋଧନ, ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଇଛି  । 


 

Related News
satta king tw