Top Stories

Search here...

News

ଓଡ଼ିଆ ଭାଷାକୁ ନେଇ ଆନ୍ଧ୍ର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

Posted On - 1 day ago
Edited By Team BbsrReporters
LAST UPDATED Oct 02, 2021 07:13 PM

ଦୁଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିବାଦ ସମାଧାନ କରନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଓଡ଼ିଆ ଭାଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସୀମାବର୍ତ୍ତୀ ଗାଁରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଆଧାରିତ ଶିକ୍ଷା ସହ ଜଡ଼ିତ ବିବାଦ ସମାଧାନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିବାଦ ସମାଧାନ କରନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି ।

 

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନମୋହନ ରେଡ୍ଡୀଙ୍କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖଛନ୍ତି, ଓଡ଼ିଶାରେ ତେଲୁଗୁ ଓ ଆନ୍ଧ୍ରରେ ଓଡ଼ିଆ ଭାଷାରେ ପଢ଼ିବାକୁ ଇଚ୍ଛା ରଖୁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ଜନପ୍ରତିନିଧି ଭାବରେ ଆମର ସାମୂହିକ କର୍ତ୍ତବ୍ୟ ରହିଛି ।

 

ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍ଙ୍କୁ ଚିଠି ଲେଖିଛନ୍ତି ଶ୍ରୀ ପ୍ରଧାନ । ସେ ଚିଠିରେ ଉଲ୍ଲେଖ କରିଛନ୍ତି, ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ଓଡ଼ିଆ ଭାଷା ଶିକ୍ଷାକୁ ସହଯୋଗ ଓ ସୁରକ୍ଷା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ।

 

ଓଡ଼ିଶା ଓ ଝାଡ଼ଖଣ୍ଡର ଇସିହାସ ତଥା ଜାତୀୟ ଶିକ୍ଷା ନୀତି ୨୦୨୦ରେ ଉଲ୍ଲେଖ ଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର ସାଂସ୍କୃତିକ ଏବଂ ଭାଷାର ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

 

ସୂଚନାଯୋଗ୍ୟ, ଝଡ଼ଖଣ୍ଡ ସରକାର ଓଡ଼ଆ ଭାଷାକୁ ଦେଇଥିବା ଦ୍ୱିତୀୟ ରାଜଭାଷାର ମାନ୍ୟତା ଫେରାଇ ନେଇଥିବାରୁ ନୂଆ ବିବାଦ ମୁଣ୍ଡ ଟେକିଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ବିରୋଧରେ ଗର୍ଜିଥିଲେ ଷଢେଇକଳା ଜିଲ୍ଲାରେ ବସବାସ କରୁଥିବା ଓଡ଼ିଶା । ଆନେ୍ଦାଳନ, ଧାରଣା ଓ ପ୍ରତିବାଦ ପରେ ଆଜି ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ ସେ ଅନୁରୋଧ କରିଛନ୍ତି ।

 

ଓଡ଼ିଶାର ଦୁଇ ପଡେ଼ାଶୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡ । ଏହି ଦୁଇ ରାଜ୍ୟ ସହିତ ଓଡ଼ିଶାର ବିବାଦ ଦୀର୍ଘ ଦିନ ଧରି ଲାଗି ରହିଛି । କୋଟିଆକୁ ନେଇ ଆନ୍ଧ୍ର ସହିତ ଲାଗିଥିବା ବିବାଦ କୋର୍ଟରେ ବିଚାରାଧୀନ ରହିଛି । ଏହା ସତ୍ତ୍ୱେ ଆନ୍ଧ୍ର ସରକାର ଓଡ଼ିଶାରେ ପଶି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଛି । ଆନ୍ଧ୍ର ଆଡେ଼ ମୁହାଁଇବାକୁ ଓଡ଼ିଆଙ୍କୁ ପ୍ରବର୍ତ୍ତା ଯାଉଛି । ଯାହାକୁ ନେଇ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ବହୁବାର ମୁହାଁମୁହିଁ ହୋଇଛନ୍ତି ।
 

Related News
satta king tw