Top Stories

Search here...

News

ପ୍ରକାଶ ପାଇଲା OJEE ପରୀକ୍ଷା ଫଳ ; ଲକ୍ଷ୍ମୀପ୍ରିୟା ସେନାପତି ବି.ଫାର୍ମା ଟପ୍ପର

Posted On - 1 day ago
Edited By Prabir Kumar
LAST UPDATED Sep 30, 2021 03:52 PM

www.ojee.nic.inରେ ପରୀକ୍ଷାର୍ଥୀ ରାଙ୍କ କାର୍ଡ ପାଇପାରିବେ ।

 

BBSR Reporters

 

ଭୁବନେଶ୍ୱର: ପ୍ରକାଶ ପାଇଛି OJEE ପରୀକ୍ଷା ଫଳ । ଏଥିରେ ୪୯,୨୭୯ ଜଣଙ୍କୁ ରାଙ୍କ ମିଳିଛି। କୋଭିଡ୍‌ ଭିତରେ ହୋଇଥିବା ୪୯,୩୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୯,୨୭୯ ଜଣଙ୍କୁ ରାଙ୍କ ପାଇଥିବା ସୂଚନ ମିଳିଛି ।

 

ବି-ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମା- ଲକ୍ଷ୍ମୀପ୍ରିୟା ସେନାପତି, MBAରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି। ସେହିପରି MCAରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି। www.ojee.nic.inରେ ପରୀକ୍ଷାର୍ଥୀ ରାଙ୍କ କାର୍ଡ ପାଇପାରିବେ ବୋଲି ଜଣାପଡ଼ିଛି।

Related News
satta king tw