Top Stories

Search here...

News

ଖୋଲିବ ସ୍କୁଲ: ଏକାଦଶ ଶ୍ରେଣୀ ପାଇଁ ଜାରି ହେଲା ଗାଇଡଲାଇନ୍

Posted On - 5 minutes ago
Edited By Team BbsrReporters
LAST UPDATED Oct 18, 2021 10:52 AM

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ହେବ ବୋଲି କୁହାଯାଇଥିବା ବେଳେ ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି ।

 

 

BBSR Reporters

 

 

ଭୁବନେଶ୍ୱର : ଦଶହରା ପରେ ଅଷ୍ଟମ ଓ ଏକାଦଶୀ ଶ୍ରେଣୀ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି ।

 

 


୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ । ଗାଇଡଲାଇନ୍ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ୍ ରଖାଯିବ । ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ । ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଏହି ଇଣ୍ଡକସନ କ୍ଲାସ ପରିଚାଳନା କରିବେ ।

 

 


ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ । ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି । ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ୍ ରୁମକୁ ପ୍ରବେଶ କରିବେ ।

 

 

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଛି ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି । ସ୍କୁଲ ଯାଉ ନାହାନ୍ତି । ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍ଲାଇନ୍ କ୍ଲାସ ଆରମ୍ଭ କଲେ । ମାତ୍ର ନେଟ୍ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍ ଫୋନ୍ ନଥିବାରୁ ବହୁ ପିଲା ଅନ୍ଲାଇନ୍ କ୍ଲାସରୁ ବଞ୍ଚିତ ହେଉଥିଲେ । ଆଉ କିଛି ପିଲା ପାଠ ପଢ଼ା ଛାଡ଼ି ବାପା-ମାଆଙ୍କୁ କ୍ଷେତରେ ସହଯୋଗ କରୁଥିବା ଦେଖିବାକୁ ମିଳୁଥିଲା । ଏହା ପୂର୍ବରୁ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାସରିଛି । ପୂଜା ଛୁଟି ଯୋଗୁ କ୍ଲାସ୍ ବନ୍ଦ ରହିଛି । ତେଣୁ ପୂଜା ଛୁଟି ପରେ ପୁଣି କ୍ଲାସ୍ ଖୋଲିବ ।

Related News
satta king tw