Top Stories

Search here...

News

Dynamics of Indo south African cooperation in the changing world  ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Posted On - 2 weeks ago
Edited By Team BbsrReporters
LAST UPDATED Oct 21, 2021 06:20 PM

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ Dynamics of Indo-South African Cooperation in a Chaning World ଆଜି ଲୋକାର୍ପିତ କରିଛନ୍ତି ।

 

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପର୍କ ପ୍ରାଚୀନ ଓ ନିବିଡ। ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି । ମହାତ୍ମା, ମାଦିବା ଓ ଜାହାଜି ଭାଇ ମାନେ ଦୁଇ ଦେଶର ଭାବଗତ ସଂପର୍କର ନିଦର୍ଶନ ହୋଇଛି ।

 

ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡିଥିଲା। ବର୍ଣ୍ଣବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସ ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକସଂଖ୍ୟାର ୩ ପ୍ରତିଶତ।

 

ବର୍ଣ୍ଣବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ NAM, G-୭୭ ଓ BRICS ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସଂପର୍କକୁ ସୁଦୃଢ କରିଛନ୍ତି । କୋଭିଡ଼   ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ cosmopolitanism ଓ nativism ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି। ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଂପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Related News
satta king tw