Top Stories

Search here...

News

ବିଶ୍ୱ ବ୍ୟାଙ୍କର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

Posted On - 1 minute ago
Edited By Prabir Kumar
LAST UPDATED Oct 20, 2021 12:00 PM

ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପାଇଁ ଏକ ମଜବୁତ୍ ଶିକ୍ଷା ଢାଂଚା ପ୍ରସ୍ତୁତ ହେବ- ଧର୍ମେନ୍ଦ୍ର ପ୍ରଧାନ 

 

 

BBSR Reporters

 

 

ଭୁବନେଶ୍ୱର: ସମସ୍ତଙ୍କୁ ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ମଜବୁତ୍ ଶିକ୍ଷା ଢାଂଚା ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବିଶ୍ୱ ବ୍ୟାଙ୍କର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 


ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମରେ କୋଭିଡ -୧୯ ଦ୍ୱାରା ହ୍ୟୁମାନ କ୍ୟାପିଟାଲର କ୍ଷତିକୁ ରୋକିବା ଏବଂ ଡ଼ିଜିଟାଲ ଯୁଗରେ ସେବା ଯୋଗାଇବାରେ ନୂଆ କଳ୍ପନା ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ଟେକ୍ନଲୋଜିକୁ କାର୍ଯ୍ୟକାରୀ କରି ଜୀବନଶୈଳିରେ ଉନ୍ନତି ଆଣିବା, ଜୀବନଜୀବିକାକୁ ଗୁରୁତ୍ୱ ସହ ସମସ୍ତଙ୍କୁ ସମାନ ଶିକ୍ଷାର ସୁବିଧା ପାଇଁ ଭାରତର ଉଦ୍ୟମ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି କୋଭିଡ୍-୧୯ ସମୟରେ ଭାରତ ସରକାରଙ୍କ ବହୁମୁଖୀ ରଣନୀତି ଯଥା ଦୀକ୍ଷା, ପିଏମ ଇବିଦ୍ୟା, ସ୍ୱୟଂ ପୋର୍ଟାଲ, ଡ଼ିଜିଟାଲ ଲାଇବ୍ରେରୀ, ଡ଼ିଟିଏଚ, ରେଡ଼ିଓ ଶିକ୍ଷା ଦାନର ନିରନ୍ତରତାକୁ ବଜାୟ ରଖିଛି । 

 

 

ଛାତ୍ରଛାତ୍ରୀମାନେ ଟେକ୍ନୋଲୋଜି ଜରିଆରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତିା ଏହାବ୍ୟତିତ ଇଂଟରନେଟ ମାଧ୍ୟମରେ ଶିକ୍ଷା ଏବଂ ଜାତୀୟ ଡିଜିଟାଲ ଶିକ୍ଷା ନିର୍ମାଣଶୈଳି ସମେତ ଶିକ୍ଷା ପରିସଂସ୍ଥାନକୁ ଅଧିକ ସମାବେଶୀ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି । କୋୱିନ ଭଳି ଡ଼ିବିଟି ଏବଂ ଅନେକ ଡ଼ିଜିଟାଲ ପ୍ଲାଟଫର୍ମ ମାନବ ସମ୍ବଳର କ୍ଷତିକୁ ରୋକିବାରେ ସହାୟକ ହୋଇଥିବା ଶ୍ରୀ ପ୍ରଧାନ ଏହି ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଆଲୋକପାତ କରିଛନ୍ତି । 

 

 

ଭାରତରେ ଏଲପିଜି ବିତରଣରେ ସଂସ୍କାରମୂଳକ ପଦକ୍ଷେପକୁ ସ୍ୱୀକୃତି ଦେଇଥିବାରୁ ବିଶ୍ୱବ୍ୟାଙ୍କକୁ ଶ୍ରୀ ଧନ୍ୟବାଦ ଜଣାଇଥିଲେ । ସେହିପରି ବିଶେଷ ଭାବରେ ପହଲ ଓ ଗିଭ୍ ଇଟ୍ ଅପ୍ ଦ୍ୱାରା ସବସିଡ଼ିର ଅପବ୍ୟବହାରକୁ ହ୍ରାସ କରିବା ତଥା ଦେଶର ୮ କୋଟି ଗରିବ ପରିବାରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଉପରେ ଭାରତର ଅଭିଜ୍ଞତା ଓ ବିଶ୍ୱସ୍ତରୀୟ ଏଲପିଜି କ୍ଷେତ୍ରରେ ପ୍ରବେଶ କରିବା ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।

Related News
satta king tw