Top Stories

Search here...

News

ପ୍ରଧାନ ଶିକ୍ଷକଙ୍କୁ କଡା ଚେତାବନୀ; ଆସନ୍ତା  ୮ ସୁଦ୍ଧା ଯୋଗ ନଦେଲେ  କାର୍ଯ୍ୟାନୁଷ୍ଠାନ

Posted On - 3 minutes ago
Edited By Team BbsrReporters
LAST UPDATED Oct 06, 2021 02:06 PM

ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲ୍ଲାର ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ନିକଟକୁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରରୁ  ଏନେଇ ଚିଠି ଲେଖାଯାଇଛି  ।

 

BBSR Reporters

 


ଭୁବନେଶ୍ୱର : ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟର କଡ଼ା ଚେତାବନି ଦେଇଛି । ଅକ୍ଟୋବର ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ବିଭାଗ କହିଛି । ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲ୍ଲାର ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ନିକଟକୁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରରୁ  ଏନେଇ ଚିଠି ଲେଖାଯାଇଛି  ।

 

 

ସୂଚନା ଅନୁଯାୟୀ, ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇବା ପରେ ସମସ୍ତ ଶିକ୍ଷକଙ୍କୁ ରିଲିଭ୍ କରି ଦିଆଯାଇଛି । କିନ୍ତୁ ଅନେକ ଶିକ୍ଷକ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି । ଏହା ଭିତରେ ୨ ମାସ ବିତି ଯାଇଛି । ସେମାନେ ପ୍ରଧାନଶିକ୍ଷକ ଭାବେ ନୂଆ ଦାୟିତ୍ୱରେ ଯୋଗ ଦେଉ ନଥିବା ଯୋଗୁ ସେହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି ।

 

 

ଅଗଷ୍ଟ ୩ ତାରିଖରେ ୧୦୯୭ ଜୁନିୟର ଏସ୍ଇଏସ୍ ଶିକ୍ଷକଙ୍କୁ ସିନିୟର ଏସ୍ଇଏସ୍ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଥିଲା । ସେମାନଙ୍କୁ ସପ୍ତାହକ ମଧ୍ୟରେ ପୋଷ୍ଟିଂ ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଏଯାଏଁ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି ।

 

 


ଏହା ସହିତ ପଦୋନ୍ନତି ପାଇବା ପରେ ଛୁଟିରେ ଥିବା ଏହି ଶିକ୍ଷକମାନଙ୍କୁ ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଅବା ନିଜ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି କେହି ୮ ତାରିଖ ପରେ ଛୁଟିରେ ରହିବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଛି ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ l
 

Related News
satta king tw