Top Stories

Search here...

News

ତିନିଜଣଙ୍କୁ ମିଳିବ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର

Posted On - 3 minutes ago
Edited By Team BbsrReporters
LAST UPDATED Oct 05, 2021 04:43 PM

ସୁୟୋକୁର ମାନବେ, କ୍ଲାଓସ ହାସେଲ୍ମାନ ଓ ଗ୍ଳୋରଜିଓ ପାରିସୀଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ମିଳିବ |

 

BBSR Reporters


ନୂଆଦିଲ୍ଲୀ: ଆଜି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର-୨୦୨୧ ଘୋଷଣା କରାଯାଇଛି |ଏଥିରେ ତିନିଜଣଙ୍କୁ ନୋବେଲ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି | ଚଳିତବର୍ଷ ପଦାର୍ଥ ବିଜ୍ଞାନରେ ଉତ୍କୃଷ୍ଟ ଗବେଷଣା ପାଇଁ ସୁୟୋକୁର ମାନବେ, କ୍ଲାଓସ ହାସେଲ୍ମାନ ଓ ଗ୍ଳୋରଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର ମିଳିବ |

 

ବ୍ଲାକ ହୋଲ ଉପରେ ଗବେଷଣା ପାଇଁ ଏହି ତିନିଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ଏହି ପୁରସ୍କାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ନଗଦ ୧.୧୪ ମିଲିୟନ ଡଲାର ସହିତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥାଏ |

 

କୋଭିଡ -୧୯ ହେତୁ ଏଥର ନୋବେଲ ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କ ଘରେ ଦିଆଯିବ। ନୋବେଲ ପୁରସ୍କାର ଆୟୋଜନ କରୁଥିବା ଫାଉଣ୍ଡେସନ କୋଭିଡ -୧୯ ମହାମାରୀକୁ ଦର୍ଶାଇ କହିଛି ଯେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସେମାନଙ୍କ ଦେଶରେ ବିଜ୍ଞାନ ଏବଂ ସାହିତ୍ୟର ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

 

ରୟାଲ ସ୍ୱେଡେସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନିଜଣଙ୍କୁ ମନୋନୀତ କରାଯାଇଥିବାବେଳେ ସୁୟୋକୁର ମାନବେ, କ୍ଲାଓସ ହାସେଲ୍ମାନ କାର୍ବନ ଡାଇଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଥିଲେ | ତେବେ ଗ୍ଳୋରଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀରେ ଦ୍ରୁତ ପରିବର୍ତ୍ତନର ଗତି ବାବଦରେ ଗବେଷଣା କରିଛନ୍ତି |

Related News
satta king tw