Top Stories

Search here...

News

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ; ଅଶ୍ୱିନୀ ପଣ୍ଡା ଟପ୍ପର, ଅଙ୍କୁର ଅଭିଳାଷ ଦ୍ୱିତୀୟ

Posted On - 1 week ago
Edited By Prabir Kumar
LAST UPDATED Oct 21, 2021 11:40 AM

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ୍ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

 

BBSR Reporters


ଭୁବନେଶ୍ୱର: ୨୦୧୯ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ସିଭିଲ ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ବେଳେ ଅଙ୍କୁଳ ଅଭିଳାଷଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ୍ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । 

 

ପରୀକ୍ଷାର ତୃତୀୟରେ ରଶ୍ମୀରେଖା ପାତ୍ର, ୪ର୍ଥରେ ସୌମ୍ୟରଂଜନ ପ୍ରଧାନ, ୫ମରେ ସିଦେ୍ଧଶ୍ୱର ନାୟକ, ୬ଷ୍ଠରେ କିରଣ କୁମାର ମହାନ୍ତି, ୭ମରେ ପ୍ରଦୋଷ ପ୍ରଧାନ, ୮ମରେ ଆୟୁଷି ପତି, ୯ମରେ ନିବେଦିତା ନାୟକ ଓ ୧୦ମରେ କୌଶିକ ପଟ୍ଟନାୟକ ଅଛନ୍ତି । ତେବେ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅ ଅଧିକ ଅଛନ୍ତି ।

 

ଓପିଏସସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ପ୍ରଶାସନିକ ସେବା(ଓସିଏସ) ପରୀକ୍ଷା-୨୦୧୯ର ଫଳାଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୩ଜଣ ମହିଳାଙ୍କୁ ମିଶାଇ ୧୫୬ଜଣ କୃତକାର୍ଯ୍ୟ ହୋଇଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୩ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୋଭିଡ୍ ମହାମାରୀ ଯୋଗୁ ପରୀକ୍ଷା ପ୍ରକ୍ରିୟା ଶେଷ ହେବାରେ ବିଳମ୍ବ ହୋଇଥିଲା ।

 

ଏହି ପରୀକ୍ଷାରେ ମୋଟ ୪୭୭୧୯ଜଣ ଆବେଦନ କରିଥିବାବେଳେ ୨୦୨୦ ମାର୍ଚ୍ଚ ୧୫ରେ ୨୫୭୮୦ଜଣ ପ୍ରିଲିମନାରୀ ପରୀକ୍ଷା ଦେଇଥିଲେ । ଲିଖିତ ପରୀକ୍ଷା ପାଇଁ ୧୮୮୦ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୬୧୦ଜଣ ପ୍ରାଥୀ ୨୦୨୦ ଡିସେମ୍ବର ମାସରେ ଲିଖିତ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୦୭ଜଣଙ୍କୁ ସାକ୍ଷାତକାର ପାଇ ଡକାଯାଇଥିଲା । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ୯ଦିନ ଧରି ଏହି ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଂଚ କାର୍ଯ୍ୟ ହୋଇଥିଲା ।

 

ସୂଚନାଯୋଗ୍ୟ, ଓପିଏସସି ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନା ସୁପାରିସ୍ କରିଥିବାବେଳେ ଓଏଏସରେ ୩୦ଟି, ଓଏଫଏସରେ ୯ଟି, ଓପିଏସରେ ୭ଟି, ଓଆରଏସ(ଗ୍ରୁପ-ବି)ରେ ୮୨ଟି, ଓଟିଆଣ୍ଡଏଏସ-୨୦ଟି ପଦବୀ ଖାଲି ରହିଛି, ଯେଉଁଥିରେ ଏହି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି ।

Related News
satta king tw