Top Stories

Search here...

News

ଆସନ୍ତା ୨୧ରୁ ଯୁକ୍ତ୨ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା

Posted On - 1 minute ago
Edited By Team BbsrReporters
LAST UPDATED Oct 15, 2021 11:46 AM

ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍ ମୋଡ୍‌ରେ କରାଯିବ। ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ  l

 

 

BBSR Reporters

 

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ଓ  ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍ ମୋଡ୍‌ରେ କରାଯିବ। ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ ବୋଲି ବିଭାଗ ସୂଚନା ମିଳିଛି ।

 

 

ବର୍ତ୍ତମାନ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯାଇନଥିବା ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍ ଲାଇନରେ କ୍ଲାସ୍ କରିବେ। ପୂର୍ବରୁ ନିର୍ଦ୍ଧାରିତ ଏସ୍‌ଓପି ଅନୁଯାୟୀ ହିଁ ପାଠପଢ଼ା ହେବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

 

 

ସେହିପରି ସବୁ ଜିଲ୍ଲାର ଡିଇଓଙ୍କ ସହ ଆସନ୍ତାକାଲି ବୈଠକ ହେବ। ଭର୍ଚୁଆଲ ମୋଡରେ ଏହି ବୈଠକ ହେବ। ଏଥିସହ କିଭଳି ଇଡଲାଇନ୍‌ ମାନି ପିଲାଙ୍କ ପାଠପଢ଼ା ହେବ ସେ ନେଇ ମଧ୍ୟ ଯୋଜନା ହେବ।

Related News
satta king tw