Top Stories

Search here...

News

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍’ର ଶୁଭାରମ୍ଭ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 05:46 PM

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାହେବ କୁଇଜ୍, ଡିବେଟ୍, ଲିଟରେଚର୍ କ୍ଲବ୍  । 

 

BBSR Reporters


କଟକ:  ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ବିପୁଳ ସଫଳତା ହାସଲ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ‘ମୋ ସ୍କୁଲ୍ ଅଭିଯାନ’ । ରାଜ୍ୟ ସରକାର ‘ମୋ ସ୍କୁଲ୍ ଅଭିଯାନ’ରେ ଷ୍ଟାଣ୍ଡ୍ଆଲୋନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରିବା ପରେ ଶନିବାର କଟକସ୍ଥିତ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବର୍ତ୍ତମାନ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ‘ମୋ ସ୍କୁଲ୍ ଅଭିଯାନ’ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । 


ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଶ୍ରୀ ସାହୁ କହିଥିଲେ, ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ୟ୍ୟକ୍ରମ ମଧ୍ୟରୁ ‘ମୋ ସ୍କୁଲ୍ ଅଭିଯାନ’ ଏବଂ ‘ଓଡିଶା ଆଦର୍ଶ ବିଦ୍ୟାଳୟ’ ଦୁଇଟି ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ । ରାଜ୍ୟ ସରକାର ଏହି ଦୁଇ କାର୍ୟ୍ୟକ୍ରମ ପାଇଁ କୋଟିକୋଟି ଟଙ୍କାର ଆର୍ôଥକ ବ୍ୟୟବରାଦ କରୁଛନ୍ତି । ‘ମୋ ସ୍କୁଲ୍ ଅଭିଯାନ’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ୱପ୍ନର କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମ ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କେବଳ ଆର୍ôଥକ ଅନୁଦାନ ନୁହେଁ, ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟର ବିକାଶରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାମିଲ ହେଉଛନ୍ତି ।

 

୧୫୩ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ ‘ରେଭେନ୍ସା’ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଗଢିଛି । ଜୀବନରେ ସଫଳ ହୋଇଥିବା ସେହି ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଆଜି ‘ମୋ ସ୍କୁଲ୍’ ସହ ଯୋଡ଼ି ହୋଇ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହେବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ଏଥିପାଇଁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ କେବଳ ରାଜ୍ୟର ନୁହେଁ, ଦେଶର ଏକ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ‘ମୋ ସ୍କୁଲ୍’ ଏକ ସଫଳ କାର୍ୟ୍ୟକ୍ରମରେ ପରିଣତ ହେବ ଏବଂ ବିଦ୍ୟାଳୟ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । 


ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଦ୍ୟାଳୟର ବିକାଶ ପାଇଁ ‘ମୋ ସ୍କୁଲ୍’ ମାଧ୍ୟମରେ ୫୧ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଥିଲେ । କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ତାଙ୍କ ଟିମ୍ ୨୦ ହଜାର, ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ଯୁଧିଷ୍ଠିର ଖଟୁଆ ୨୦ ହଜାର, ଶ୍ରୀମତୀ ଅନୁଜା ମହାପାତ୍ର ୨୦ ହଜାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀ ରାମଶିଷ ହାଜରା ୧୦ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ବିଦ୍ୟାଳୟରେ ଏକ କୁଇଜ୍ ଏବଂ ଡିବେଟ୍ କ୍ଲବ୍, ଲିଟରେଚର କ୍ଲବ୍ ଏବଂ ଡ୍ରାମାଟିକ୍ କ୍ଲବ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ।

 

ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଆଗକୁ ଯାଇ ପାଠପଢା ସହ ତର୍କ, ବିତର୍କ, ନୃତ୍ୟ, ଗୀତ ଓ ସାହିତ୍ୟ ଭଳି କ୍ଷେତ୍ରରେ ଯେପରି ଉତ୍କର୍ଷ ହାସଲ କରିପାରିବେ ସେ କ୍ଷେତ୍ରରେ ଏହି କ୍ଲବ୍ କାର୍ୟ୍ୟ କରିବ ବୋଲି ପୁରାତନ ଛାତ୍ରଛାତ୍ରୀମାନେ କହିଥିଲେ । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିକାଶ ମହାପାତ୍ର, ‘ମୋ ସ୍କୁଲ୍’ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ୍ ଜେନା, କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ପ୍ରାଥମିକ ଶିକ୍ଷା ନିଦ୍ରେ୍ଦଶକ ଶ୍ରୀ ବୃନ୍ଦାବନ ଶତପଥୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀ ରାମଶିଷ ହାଜରା, ଶିକ୍ଷା ବିଭଗାର ବରିଷ୍ଠ ଅଧିକାରୀ ଶ୍ରୀ ସନାତନ ପଣ୍ଡା ଏବଂ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related News
satta king tw