Top Stories

Search here...

News

ମୋବାଇଲ ଛଡ଼ାଇ ନେବାରୁ ଛାତ୍ରଙ୍କ ଆତ୍ମହତ୍ୟା

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 08:39 PM

ଏକ ରୁମରେ ପଶି ଭିତର ପଟୁ କବାଟ ବନ୍ଦ କରି ବେକରେ ଶାଢ଼ି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ ଛାତ୍ର ।

 

BBSR Reporters


ଜୟପୁର : ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି. ମନୋହର । ତାଙ୍କୁ ୧୩ ବର୍ଷ ହୋଇଥିଲା । ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ । କୋରାପୁଟ ଟାଉନ୍ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି । 

 

କରୋନା ଯୋଗୁଁ ଏବେ ସ୍କୁଲ ବନ୍ଦ ଥିବାରୁ ଅନ୍ଲାଇନ୍ରେ କ୍ଲାସ୍ ହେଉଛି । ତେବେ ଅନ୍ଲାଇନ୍ କ୍ଲାସ୍ ବେଳେ ସେ ଅଧିକାଂଶ ସମୟରେ ମୋବାଇଲ୍ରେ ଗେମ୍ ଖେଳୁଥିଲେ । ପରିବାର ଲୋକେ ଏଥିରୁ ନିବୃତ୍ତ ରହିବାରୁ ତାଙ୍କୁ ବହୁଥର ବୁଝାଉଥିଲେ ମଧ୍ୟ ସେ ଶୁଣୁନଥିଲେ । 

 


ଗତକାଲି ଅନ୍ଲାଇନ୍ କ୍ଲାସ୍ ବେଳେ ବି ସେ ମୋବାଇଲ୍ରେ ଗେମ୍ ଖେଳିଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏହା ପରେ ମନୋହର ଖୁବ୍ ରାଗି ଯାଇଥିଲେ । ସେ ଏକ ରୁମ୍ରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ଏବଂ ବେକରେ ଶାଢ଼ି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।


 

Related News
satta king tw