Top Stories

Search here...

News

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଯୁବ ନେତା ପ୍ରକାଶ ଦଳେଇଙ୍କ ଦାବିପତ୍ର; ବିପର୍ୟ୍ୟସ୍ଥ ଶିକ୍ଷା ବ୍ୟବସ୍ଥା ଉପରେ ଦିଅନ୍ତୁ ଗୁରୁତ୍ୱ 

Posted On - 31 minutes ago
Edited By Team BbsrReporters
LAST UPDATED Nov 06, 2021 07:16 PM

ଉଜ୍ଜ୍ୱଳା ମେନ ଭାବେ ଜଣାଶୁଣା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଯଥାଶ୍ରୀଘ୍ର ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ସମ୍ପୁର୍ଣ୍ଣ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ନେଇ ସେ ବଦ୍ଧପରିକର ବୋଲି କହିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଭାବେ ଭୁଶୁଡି ପଡିଛି । ଭିତ୍ତିଭୂମିର ବିକାଶ ବିଗତ ଦଶନ୍ଧି ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଶିକ୍ଷକ ଅଭାବ ସମେତ ,ଲାଇବ୍ରେରୀ ଏବଂ ଅଡ଼ିଟୋରୀୟମ ଭଳି ଆବଶ୍ୟକତା ପୂରଣ ହୋଇପାରୁ ନାହିଁ । ଏନେଇ ଗତକାଲି ଉକ୍ତ ଜିଲ୍ଲା ବିଦ୍ୟାଧରପୁର ଗ୍ରାମପଞ୍ଚାୟତର ଯୁବ ନେତା ଡ଼ଃ. ପ୍ରକାଶ ଦଳେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

 

ବିଗତ ଦିନରେ ଡ଼ଃ. ଦଳେଇ ଛାତ୍ର ରାଜନୀତିରେ ଖୁବ ସକ୍ରିୟ ନେତା ଭାବେ ସୁନାମ ଅର୍ଜନ କରିଥିବା ବେଳେ ଏବେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦାଇତ୍ୱରେ ଅଛନ୍ତି । ଏଥିସହ ସେ ଜଗତସିଂହପୁର ଜିଲ୍ଲା ରେ ମଧ୍ୟ ସଂଗଠନ ଦାଇତ୍ୱ ତୁଲାଉଛନ୍ତି । ସେ କାଲି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରି ଜଗତସିଂହପୁର ଭଳି ଏକ ଶିକ୍ଷା ଭିତ୍ତିକ ଜିଲ୍ଲାରେ ଉଚ୍ଚ ଶିକ୍ଷା ପାଇଁ କୌଣସି ଭିତ୍ତିଭୂମି ନଥିବା ଏବଂ ଜିଲ୍ଲାରେ ଶିକ୍ଷାକୁ କିପରି ଭାବେ ପ୍ରଧ୍ୟାନ୍ୟ ଦିଆଯିବ ଏହି ବିଷୟରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଅଛନ୍ତି ।

 

ସୂଚନାଥାଉ କି ଗତକାଲି କେନ୍ଦ୍ର ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ପହଁଚି ଅନେକ କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ । ଗୋବର୍ଦ୍ଧନ ପୂଜା ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ୟ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ମଧ୍ୟ ସାକ୍ଷାତ୍ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ । ଏଥିସହ ଅନେକ ଦଳୀୟ କାର୍ୟ୍ୟ ସମେତ ଅସୁସ୍ଥ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ,ବିଜେପିର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କୁ ଭେଟି ଆସୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ ।

 

ଉଜ୍ଜ୍ୱଳା ମେନ ଭାବେ ଜଣାଶୁଣା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଯଥାଶ୍ରୀଘ୍ର ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ସମ୍ପୁର୍ଣ୍ଣ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ନେଇ ସେ ବଦ୍ଧପରିକର ବୋଲି କହିଛନ୍ତି । ସେହିପରିଭାବେ ଏହି ସମସ୍ୟାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଡ଼ଃ. ପ୍ରକାଶ ଦଳେଇଙ୍କୁ ଜଗତସିଂହପୁର ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲାର ଏହି ସାମୁହିକ ସମସ୍ୟାର ସମାଧାନ କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ଜରିଆରେ ଖୁବ ଶ୍ରୀଘ୍ର ସମାଧାନ ହେଉ ଏନେଇ ଜିଲ୍ଲା ବାସୀ ଆଶା ବାନ୍ଧିଛନ୍ତି ।

Related News
satta king tw