Top Stories

Search here...

News

ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରଛାତ୍ରୀ: ଶିକ୍ଷକ ‘କ୍ୱେଷ୍ଟ ଆଲିଆନ୍ସ’ ସହ ଏମଓୟୁ ସ୍ୱାକ୍ଷର କଲା ‘ମୋ ସ୍କୁଲ୍ ଅଭିଯାନ’ 

Posted On - 6 hours ago
Edited By Prabir Kumar
LAST UPDATED Oct 26, 2021 01:02 AM

ଆସନ୍ତା ୩ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରାଯିବ ।

 

BBSR Reporters


ଭୁବନେଶ୍ୱର: ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଏବଂ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ସୋମବାର ‘କ୍ୱେଷ୍ଟ ଆଲିଆନ୍ସ’ ଏବଂ ‘ମୋ ସ୍କୁଲ୍ ଅଭିଯାନ’ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମ୍ଓୟୁ ମାଧ୍ୟମରେ ଆସନ୍ତା ୩ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରାଯିବ । ଏହାସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ଷ୍ଟେମ୍’(ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଂଜିନିୟରିଂ, ଗଣିତ) ଶିକ୍ଷାର ପ୍ରଚାରପ୍ରସାର କ୍ଷେତ୍ରରେ ‘ମୋ ସ୍କୁଲ୍’ ଏବଂ ‘କ୍ୱେଷ୍ଟ ଆଲିଆନ୍ସ’ ମିଳିତ ଭାବରେ କାର୍ଯ୍ୟ କରିବେ ।

 

ସେହିଭଳି ‘କ୍ୱେଷ୍ଟ ଆଲିଆନ୍ସ’ର ବିଶେଷଜ୍ଞ ଟିମ୍ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେସନର ଆୟୋଜନ କରିବେ । ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇଜଣ ଲେଖାଁଏ ଶିକ୍ଷକଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ପ୍ରଶିକ୍ଷକ ଭାବରେ ବିକଶିତ କରାଯିବ । ପରବ ର୍ୀ ସମୟରେ ସେମାନେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଟେକ୍ନୋଲୋଜୀରେ ପ୍ରଶିକ୍ଷିତ କରିବେ । ସେହିଭଳି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ କରାଯିବା ସହ ସେମାନଙ୍କୁ ଲାଇଫ୍ ସ୍କିଲ୍ ସମ୍ପର୍କରେ ମଧ୍ୟ ଅବଗତ କରାଯିବ ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗୀତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ନିୟମିତ ବ୍ୟବଧାନରେ ଅଭିଭାବକମାନଙ୍କୁ ନେଇ ୱେବିନାରର ଆୟୋଜନ କରାଯିବ ଏବଂ ପିଲାମାନଙ୍କ ପାଠପଢା ଏବଂ ସେମାନଙ୍କ ଶୈକ୍ଷିକ ବିକାଶ ସମ୍ପର୍କରେ ଅବଗତ କରାଯିବ ।

 

ସୋମବାର ତୋଷାଳି ଭବନସ୍ଥିତ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ, ମୋ ସ୍କୁଲ୍ ସଦସ୍ୟ ସଚିବ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀଯୁକ୍ତ ଅନୁପମ ସାହା, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ପ୍ରତିଭା ଦୋରା, କ୍ୱେଷ୍ଟ ଆଲିଆନ୍ସ ସିଇଓ ଶ୍ରୀ ଆକାଶ ସେଠୀ ଏବଂ ନିଦେ୍ର୍ଧଶିକା ନେହା ପ ର୍ି ପ୍ରମୁଖ ଉପସ୍ଥିତ ଥିଲେ । ମୋ ସ୍କୁଲ୍ ପକ୍ଷରୁ ଶ୍ରୀଯୁକ୍ତ ଅନୁପମ ସାହା ଏବଂ କ୍ୱେଷ୍ଟ ଆଲିଆନ୍ସ ପକ୍ଷରୁ ଶ୍ରୀ ଆକାଶ ସେଠୀ ଏମ୍ଓୟୁ ସ୍ୱାକ୍ଷର କରିଥିଲେ ।
 

Related News
satta king tw