Top Stories

Search here...

News

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Posted On - 6 hours ago
Edited By Prabir Kumar
LAST UPDATED Oct 26, 2021 01:38 AM


ତୃଣମୂଳ ସ୍ତରରେ ସାମାଜିକ ପରିବର୍ତନର ଅଗ୍ରଦୂତ ହେବାକୁ ଯୁବପିଢିଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

BBSR Reporters


ନୂଆଦିଲ୍ଲୀ:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତି(ଏମ୍ଜିଏନଏଫ୍) ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରବୃତିଧାରୀ ତଥା ଯୁବପିଢିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ତୃଣମୂଳ ସ୍ତରରେ ସାମାଜିକ ପରିବର୍ତନର ଅଗ୍ରଦୂତ ହେବାକୁ ପରାମର୍ଶ ଦେଇଛନ୍ତି ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତି ହେଉଛି ଏକ ୨ ବର୍ଷୀୟା ଛାତ୍ରବୃତି । ଏହି ବୃତିର ଉଦେ୍ଧଶ୍ୟ ହେଉଛି ଜିଲ୍ଲା ସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା । ଏଥିପାଇଁ ପୂର୍ବରୁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ୍(ଆଇଆଇଏମ) ସହ ପାଇଲଟ ଭିତିରେ ଆରମ୍ଭ ହୋଇଥିଲା । ତୃଣମୂଳ ସ୍ତରରେ ଦକ୍ଷତା ବିକାଶକୁ ସହଯୋଗ କରିବା ପାଇଁ ବ୍ୟକ୍ତିବିଶେଷ ଓ ଯୁବବର୍ଗଙ୍କୁ ୨ ବର୍ଷ ପାଇଁ ଏହି ବୃତି ସୁଯୋଗ ପ୍ରଦାନ କରିବ । ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟର ୬୯ଟି ଜିଲ୍ଲାରେ ୬୯ଟି ବୃତିଧାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାରେ ଅଧିକ ୬୬୧ ବୃତିଧାରୀ ଅର୍ଥାତ୍ ମୋଟ ୭୩୦ ମହାତ୍ମା ଗାନ୍ଧୀ ଜାତୀୟ ବୃତିଧାରୀଙ୍କୁ ନିୟୋଜିତ କରାଯାଇଛି ।

 

ସେହିପରି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଆଇଆଇଏମ, ବାଙ୍ଗାଲୋର ସହଯୋଗରେ କାର୍ଯ୍ୟକ୍ରମରେ ଯୋଡାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୮ଟି ଆଇଆଇଏମକୁ ଯୋଡ଼ାଯାଇଛି । ଜୀବନଜୀବିକା ପ୍ରୋତ୍ସାହନଭିତିକ କାର୍ଯାକ୍ରମ ସଙ୍କଳ୍ପ ଅଧୀନରେ ମହାତ୍ମା ଗାନ୍ଧୀ ଛାତ୍ରବୃତି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଶାସନ ବ୍ୟବସ୍ଥା ଏବଂ ନୀତି ସହ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃତିଧାରୀ ବ୍ୟକ୍ତିବିଶେଷଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Related News
satta king tw