Top Stories

Search here...

News

ରାଜଧାନୀରେ ବିକଶିତ ହେବ ୯ ସରକାରୀ ବିଦ୍ୟାଳୟ; ଭିତିଭୂମି ବିକାଶ ତଦାରଖ ପାଇଁ ଅଧିକାରୀ ମୁତୟନ

Posted On - 8 minutes ago
Edited By Team BbsrReporters
LAST UPDATED Nov 03, 2021 11:38 AM

ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହ ସଂରଚନା, ପରୀକ୍ଷାଗାର ବିକାଶ, ଇ-ଲାେଇବ୍ରରୀ ସ୍ଥାପନ, ପାନୀୟଜଳ ଯୋଗାଣେର ଉନ୍ନତିକରଣ, ଶୌଚାଳୟ, ଶ୍ରେଣୀଗୃହ ଏବଂ ଟେବୁଲ୍‌, ଚେୟାର୍ ଇତ୍ୟାଦିର ମରାମତି, ବିଦ୍ୟାଳୟ ପ୍ରାଙ୍ଗଣର ବିକାଶ କରାଯିବ।

 

 

BBSR Reporters

 

 

ଭୁବେନଶ୍ୱର: ରାଜ୍ୟ ସରକାରଙ୍କ “୫ଟି” ମନ୍ତ୍ରକୁ ସାକାର କରିବାର ଚିନ୍ତାଧାରା ନେଇ ସରକାରୀ ବିଦ୍ୟାଳୟ ମାନଙ୍କର ଆବଶ୍ୟକୀୟ ଭିତିଭୂମିର ବିକାଶ କାର୍ଯ୍ୟ ଚାଲୁରହିଛି । ଏହି କ୍ରମରେ ଭୁବେନଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଂଚଳରେ ୯ ଗୋଟି ବିଦ୍ୟାଳୟର ବିକାଶ ନିମେନ୍ତ ଓଡ଼ିଶା ସରକାରଙ୍କ ଅନୁଦାନ ଆସିଥିବା େବେଳ ବିଏମସି କତୃର୍ପକ୍ଷଙ୍କ ତରଫରୁ ନର୍ଦ୍ଦେଶନାମା ଜାରି ହୋଇଛି । କମିଶନର ଶ୍ରୀ ସଂଜୟ କୁମାର ସିଂହଙ୍କ ନିଦ୍ଦେର୍ଶ ଅନୁସାରେ  ସମସ୍ତ ବରିଷ୍ଠ ଅଧିକାରୀ ବିଏମସି ଅ ଳର ହେଉଥିବା ନଅ ଗୋଟି ବିଦ୍ୟାଳୟକୁ  ଯାଇ ନିୟମିତ ତଦାରଖ କରିବାକୁ କୁହାଯାଇଛି ।

 

 

ନିର୍ଦ୍ଦେଶନାମା ଜାରିହେବା ମାତ୍ରେ ଗତକାଲି ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପରିଦଶର୍ନ କରିବା ଆରମ୍ଭ କରିଛନ୍ତି । ଏହାପେର ଅନ୍ୟ ବରିଷ୍ଠ ଅଧିକାରୀମୋନ ନିଜ ନିଜର ଦାୟିତ୍ୱେର ଥିବା ବିଦ୍ୟାଳୟକୁ ଯାଇ କାର୍ଯ୍ୟ ପ୍ରଗତିକୁ ଦେଖିବା ଏବଂ ତଦନୁଯାୟୀ ବିବରଣୀ ପ୍ରଦାନ କରିବା ଆରମ୍ଭ କରିଦେଇଛନ୍ତି ।

 

 

ତେବେ ଚିହ୍ନିତ ବିଦ୍ୟାଳୟ ଗୁଡ଼ିକର ଦାୟିତ୍ୱ ବିଏମସି ଅଧିକାରୀମାନଙ୍କୁ ଦିଆଯାଇଛି । ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ଦାୟୀତ୍ୱ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦିଆଯାଇଥିବା ବେଳେ ୟୁନିଟ୍‌-୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ଶ୍ରୀ ଶେୁଭନ୍ଦୁ ସାହୁ, ୟୁନିଟ୍‌-୨ କ୍ୟାପିଟାଲ୍ ଉଚ୍ଚ ବାଳିକା ବିଦ୍ୟାଳୟର ୩- ଶ୍ରୀ ରେମଶ ଚନ୍ଦ୍ର ଜେନା, ଟେକ୍‌୍ସଟ ବୁକ୍ ପ୍ରେସ୍ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରମୋଦ କୁମାର ପୃଷ୍ଟି,  ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ ରବି ନାରାୟଣ ଜେଠୀ,   ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ ଶ୍ରୀମନ୍ତ ମିଶ୍ର, ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଗାୟତ୍ରୀ ସାମନ୍ତରାୟ, ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ କମଳାକାନ୍ତ େବେହରା, ୟୁନିଟ୍‌-୩ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟର ପୁରନ୍ଦର ନନ୍ଦଙ୍କୁ ଦିଆଯାଇଛି ।

 

 

ଓଡ଼ିଶା ସରକାରଙ୍କ ଦ୍ୱାରା ୫ଟି କରାଯାଉଥିବା ବିକାଶମୂଳକ କାର୍ଯ୍ୟସ୍ୱରୁପ ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହ ସଂରଚନା, ପରୀକ୍ଷାଗାର ବିକାଶ, ଇ-ଲାେଇବ୍ରରୀ ସ୍ଥାପନ, ପାନୀୟଜଳ ଯୋଗାଣେର ଉନ୍ନତିକରଣ, ଶୌଚାଳୟ, ଶ୍ରେଣୀଗୃହ ଏବଂ ଟେବୁଲ୍‌, ଚେୟାର୍ ଇତ୍ୟାଦିର ମରାମତି, ବିଦ୍ୟାଳୟ ପ୍ରାଙ୍ଗଣର ବିକାଶ ତଥା ଚତୁଃପାଶ୍ୱର୍ ଏବଂ ପରେିବଷ୍ଠନିର ଆବଶ୍ୟକୀୟ ବିକାଶ ଏହି କାର୍ଯ୍ୟକ୍ରମର ଅନ୍ତଭୁର୍କ୍ତ ।

 

 


ଆବଶ୍ୟକତା ଅନୁସାରେ ଉକ୍ତ ବିଦ୍ୟାଳୟ ଗୁଡ଼ିକେର ସ୍ଥିରୀକୃତ ବିକାଶ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟସବୁ ପ୍ରାୟ ୮୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଆସିଥିବା େବେଳ ୧୪ ନେଭମ୍ବର-୨୦୨୧ ପୂବର୍ରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନେିଦ୍ଦର୍ଶ ରହିଛି । ସୂଚନଯୋଗ୍ୟ, ଏହିସବୁ କାର୍ଯ୍ୟ କରାଇବା ପାଇଁ ଓଡ଼ିଶା ଖଣି ନିଗମ ତରଫରୁ ସରକାରୀ ଅନୁଦାନ ଦିଆଯାଇଅଛି ।

Related News
satta king tw