Top Stories

Search here...

News

ଆଜିଠାରୁ ସ୍କୁଲ ଗୃହରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା ଆରମ୍ଭ

Posted On - 2 minutes ago
Edited By Prabir Kumar
LAST UPDATED Nov 15, 2021 11:48 AM

କୋଭଡି ଗାଇଡଲାଇନକୁ ମାନି ଶ୍ରେଣୀଗୃହରେ ଚାଲିବ ଶିକ୍ଷାଦାନ । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠ ପଢ଼ା ହେବ ।

 

 

BBSR Reporters

 

 

ଭୁବନେଶ୍ୱର: ଆଜିଠାରୁ ସ୍କୁଲ ଆସି ସିଧାସଳଖ ଶ୍ରେଣୀ ଗୃହରେ ପାଠ ପଢ଼ିବେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ । କୋଭଡି ଗାଇଡଲାଇନକୁ ମାନି ଶ୍ରେଣୀଗୃହରେ ଚାଲିବ ଶିକ୍ଷାଦାନ । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠ ପଢ଼ା ହେବ ।

 

ତେବେ ଅଫଲାଇନ ସହ ଅନଲାଇନରେ ବି ପାଠପଢ଼ା ଜାରି ରହିବ । କାହାକୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବ ନାହିଁ । ସ୍କୁଲରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି l  ଦୀର୍ଘ ୨୦ ମାସ ପରେ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ବେଶ୍ ଉତ୍ସାହ ରହିଛି ।

 

 

କରୋନା ସଂକ୍ରମଣ ଟିକେ କମିବା ପରେ ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢ଼ାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଗତମାସରେ ଅଷ୍ଟମ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା । ସେହିପରି ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ମଧ୍ୟ ଆରମ୍ଭ ହେବ ।.

Related News
satta king tw