Top Stories

Search here...

News

ନଭେମ୍ବର ୧୫ରୁ ଷଷ୍ଠ, ସପ୍ତମ ଶ୍ରେଣୀ ପାଠପଢା

Posted On - 16 minutes ago
Edited By Team BbsrReporters
LAST UPDATED Nov 10, 2021 07:27 PM

ଷଷ୍ଠ ଓ ସପ୍ତମ ଶ୍ରେଣୀର କ୍ଲାସ୍ ସକାଳ ୯.୩୦ ଟାରୁ ଦିନ ୧ଟା ଯାଏ ଖୋଲା ରହିବ ।

 

BBSR Reporters

 


ଭୁବନେଶ୍ୱର : ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ ହେବ ।  ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ଷଷ୍ଠ ଓ ସପ୍ତମ ଶ୍ରେଣୀର କ୍ଲାସ୍ ସକାଳ ୯.୩୦ ଟାରୁ ଦିନ ୧ଟା ଯାଏ ଖୋଲା ରହିବ । ଛାତ୍ରଛାତ୍ରୀମାନେ ଚାହିଁଲେ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

 

ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ସୂଚନା ମିଳିଥିଲା । ଶେଷରେ ଏହି ଦୁଇଟି ଶ୍ରେଣୀର ସ୍କୁଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି ।

 

 

ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ଆମେ ପୂର୍ବରୁ ସୂଚନା ଦେଇସାରିଥିଲୁ । ଏବେ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଯାଇଛି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏ ଯେଉଁ ଏସଓପି ରହିଛି, ତାହା ବାକି କ୍ଲାସ୍ ପାଇଁ ବଳବତ୍ତର ରହିବ । ଏବେ ବହୂତ ଛୋଟ ପିଲା ରହିଥିବାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି ।

 


ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ  ପିଲାମାନେ ଘରେ ରହିଥିଲେ । ସ୍କୁଲ ଯାଉ ନଥିଲେ । ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍ଲାଇନ୍ କ୍ଲାସ ଆରମ୍ଭ କରିଥିଲେ । ଏପରିକି ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ହୋଇଥିଲା । ତେବେ ଦଶହରା ପରେ ଅର୍ଥାତ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଏବଂ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିଥିଲା । 
 

Related News
satta king tw