Top Stories

Search here...

News

ଗୌହ୍ୱାଟି ଏବଂ ମେଘାଳୟରେ ବିଭିନ୍ନ ଭିତିଭୂମିର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ 

Posted On - 12 minutes ago
Edited By Team BbsrReporters
LAST UPDATED Nov 21, 2021 08:12 PM

ପୂର୍ବୋତରକୁ ସବୁଜ ଉର୍ଜା ବିକାଶର କେନ୍ଦ୍ର କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

 

BBSR Reporters

 


ଗୌହ୍ୱାଟି: ପୂର୍ବୋତର ରାଜ୍ୟକୁ ସବୁଜ ଉର୍ଜା ବିକାଶର କେନ୍ଦ୍ର କରିବା ପାଇଁ ନବସୃଜନ ତଥା ଜୈବ ବିବିଧତା ଆଧାରିତ ଗବେଷଣାର ଲାଭ ଉଠାଇବାକୁ ଆଇଆଇଟି ଗୌହ୍ୱାଟିକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଆଇଆଇଟି ଗୌହ୍ୱାଟିରେ ଅତ୍ୟାଧୁନିକ ନାନୋ ଉଦ୍ୟୋଗିକ କେନ୍ଦ୍ର(ସିଏନଟି) ତଥା ଭାରତୀୟ ଜ୍ଞାନ ପଦ୍ଧତି କେନ୍ଦ୍ର(ସିଆଇକେଏସ) ସମେତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଭିନ୍ନ ଭିତିଭୂମି ସୁବିଧାର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକଙ୍କୁ ଏହି ଆହ୍ୱାନ କରିଛନ୍ତି ।

 

 

ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଇଆଇଟି ଗୌହ୍ୱାଟିରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର କ୍ରିୟାନ୍ୱୟନ ନେଇ ଏକ ପୁସ୍ତକର ଉନ୍ମୋଚନ ମଧ୍ୟ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆଇଆଇଟି ଗୌହ୍ୱାଟିରେ ଉଦ୍ଘାଟିତ ହୋଇଥିବା ଅତ୍ୟାଧୁନିକ ନାନୋ ଉଦ୍ୟୋଗିକ କେନ୍ଦ୍ରରେ ଅନେକ ଉକôର୍ଷ କେନ୍ଦ୍ର ଯଥା ଇନକୁବେଟର, ନାନୋ-ବାୟୋମ୍ୟାଟେରିଆଲ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଉର୍ଜା କ୍ଷେତ୍ରରେ ଗବେଷଣା ଓ ଶିକ୍ଷା ପାଇଁ ଅତ୍ୟାଧୁନିକ ଲାବ୍ରୋଟୋରୀ ରହିଛି । ଆଇଆଇଟି ଗୌହ୍ୱାଟି ଗବେଷଣାରେ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଆଗକୁ ବଢ଼ୁଛି ।

 

ବିପର୍ଯ୍ୟୟ ପରିଚାଳନା, ଜୈବ ବିବିଧତା ଆଧାରିତ ଗବେଷଣା, ସବୁଜ ଉର୍ଜାର ବିକାଶ, ଜ୍ଞାନ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତାର ପ୍ରୋତ୍ସାହନ ଦେବା ଦିଗରେ ଏହି ଅନୁଷ୍ଠାନ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ସମାଜର କଲ୍ୟାଣ ପାଇଁ ଆଇଆଇଟି ଗୌହ୍ୱାଟି ନବସୃଜନକୁ ବ୍ୟବହାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଉତର-ପୂର୍ବ ରାଜ୍ୟ ସମୂହ ଆଇଆଇଟି ଗୌହ୍ୱାଟି ସହଯୋଗରେ ସବୁଜ ଉର୍ଜାର ବିକାଶର ହବ୍ ହୋଇପାରିବ । ଏହି ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ଉପଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସୁଦୃଢ଼ ଇକୋସିଷ୍ଟମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରୋତ୍ସାହିତ କରିଛନ୍ତି । ଏହି ପୃଷ୍ଠଭୂମିରେ ଆସାମର ସମାଜ ସଂସ୍କାରକ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ସଭ୍ୟତା ଓ ମାନବ ସମାଜକୁ ଦିଗଦର୍ଶନ ଦେଇଥିଲେ । ଗୌରବମୟ ଅହଂ ସଂସ୍କୃତି, ବ୍ରହ୍ମପୁତ୍ର, ମାଆ କାମାକ୍ଷାଙ୍କ ପବିତ୍ର ଭୂମି ଏବଂ ଲଚିତ ବୋରଫୁକନଙ୍କର ଏହି ଭୂମି ଆଇଆଇଟି ଗୌହ୍ୱାଟିର ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବ ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଓପି୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଦିଗରେ ଭାରତର ପଂଚାମୃତ ଭିଜନକୁ ଉଲ୍ଲେଖ କରିଥିଲେ । ଏହାବ୍ୟତିତ କୋଭିଡ୍-୧୯ ସମୟରେ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା,ପିପିଇ କିଟ୍ ଆମକୁ ସାହାଯ୍ୟ କରିବା ସହ ଭ୍ୟାକସିନର ବିକାଶ ଏବଂ ଉତ୍ପାଦନ ଦେଶର କ୍ଷମତାକୁ ଦର୍ଶାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ଗୌହ୍ୱାଟିର ଛାତ୍ରଛାତ୍ରୀ ଏବଂ ଯୁବ ଉଦ୍ୟୋଗୀଙ୍କୁ ଭେଟି ସେମାନଙ୍କର ଗବେଷଣା ଓ ନବସୃଜନ ଆଧାରିତ ଉପକରଣ ଗୁଡ଼ିକୁ ଦେଖିଥିଲେ । କାର୍ଯ୍ୟକ୍ରମରେ ଆସାମ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ, ସାଂସଦ କୁଇନ୍ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ, ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ୍ ସାଙ୍ଗମାଙ୍କ ସହ ସିଲଙ୍ଗ ଠାରେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନର ନବ ନିର୍ମିତ ଭବନର ଉଦ୍ଘାଟନ ମଧ୍ୟ କରିଛନ୍ତି । ସେହିପରି ଆସାମର ପବିତ୍ର ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ମଧ୍ୟ ମାଆଙ୍କ ଦର୍ଶନ ଲାଭ କରିଛନ୍ତି ।

Related News
satta king tw