Top Stories

Search here...

News

ହତ୍ୟାକାଣ୍ଡର ପୁରା କାହାଣୀ କହିଲା ଶର୍ମିଷ୍ଠା; ହେଲେ କାହିଁକି ହତ୍ୟା କଲେ କହିଲେନି !

Posted On - 7 minutes ago
Edited By Prabir Kumar
LAST UPDATED Apr 01, 2022 07:52 PM

ଜଣେ ଅଭିଯୁକ୍ତ ଦୋଷ ମାନିଥିବା ବେଳେ କାହିଁକି ଏଭଳି କାଣ୍ଡ କଲେ, ତାହା କଣ କହିଲେ ନାହିଁ? ନା ଏମିତି କିଛି କାରଣ କହିଛନ୍ତି, ଯାହା କ୍ରାଇମବ୍ରାଞ୍ଚକୁ ବି ଅଡ଼ୁଆରେ ପକାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

 

BBSR Reporters



ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଦୋଷ ସ୍ୱୀକାର କରି ପୂରା କାହାଣୀ ବର୍ଣ୍ଣନା କରଛନ୍ତି । କିନ୍ତୁ ତଦନ୍ତକାରୀ ସଂସ୍ଥା କ୍ରାଇମ ବ୍ରାଂଚ ଜାରି କରିଥିବା ପ୍ରେସ୍ରିଲିଜ୍ରେ କାହିଁକି ହତ୍ୟା କଲେ ସେସମ୍ପର୍କରେ କିଛି କହିଛି ।  ଜଣେ ଅଭିଯୁକ୍ତ ଦୋଷ ମାନିଥିବା ବେଳେ କାହିଁକି ଏଭଳି କାଣ୍ଡ କଲେ, ତାହା କଣ କହିଲେ ନାହିଁ? ନା ଏମିତି କିଛି କାରଣ କହିଛନ୍ତି, ଯାହା କ୍ରାଇମବ୍ରାଞ୍ଚକୁ ବି ଅଡ଼ୁଆରେ ପକାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

 

ଆଜି ଶର୍ମିଷ୍ଠାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଶର୍ମିଷ୍ଠାଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଗାଁକୁ ଯାଇଥିଲା । ଫେବ୍ରୁଆରୀ ୬ ତାରିଖରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତମାନଙ୍କ ସହିତ କେଉଁ ରାସ୍ତା ଦେଇ ପଳାସପୁର ଗାଁରେ ରାତିରେ ପହଞ୍ଚିଥିଲେ ଓ ୭ ତାରିଖ ସକାଳ ପର୍ଯ୍ୟନ୍ତ କେଉଁଠି ଅପେକ୍ଷା କରିଥିଲେ ଓ ମାନସଙ୍କୁ କେମିତି ଅପହରଣ କରିଥିଲେ, ତାହା ବର୍ଣ୍ଣନା କରିଥିଲେ । ସେହିପରି ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମ ନିଆଯାଇ ସିନ୍ ରି କ୍ରିଏସନ୍ କରାଯାଇଥିଲା । ତା’ପରେ ତାଙ୍କୁ ନୟାଗଡ଼ ସେହି ସ୍ଥାନକୁ ନିଆଯାଇଥିଲା ଯେଉଁଠି ମାନସଙ୍କ ମୃତଦେହକୁ ପୋତା ଯାଇଥିଲା ।


ସୂଚନା ଅନୁଯାୟୀ, ଜେରା ବେଳେ ଶର୍ମିଷ୍ଠା କହିଥିଲେ ଯେ ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ । ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଆଣିଥିଲେ । ମଧ୍ୟାହ୍ନ ସୁଦ୍ଧା ସେମାନେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ । ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ପିଟିଥିଲେ । ମାନସର ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ଣରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ ।

 

ସେଠାରେ ସେଦିନ ସନ୍ଧ୍ୟାରେ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ । ମୃତଦେହକୁ ପୋତି ଦେବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ ।ହତ୍ୟା ପରେ ଝୁନା ଭୋଇଙ୍କ ସହିତ ଶର୍ମିଷ୍ଠା ଭୁବନେଶ୍ୱର ଏକ ନମ୍ୱର ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ, ସୁତୁଲି କିଣିଥିଲେ । ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ ।

 

ସେହିପରି ଶର୍ମିଷ୍ଠାଙ୍କ ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ । ଏହା ପରେ ମୃତଦେହକୁ ପୋତିବା ପାଇଁ ସ୍ଥାନ ସ୍ଥିର କରିଥିଲା । ନିଷ୍ପତ୍ତି ଅନୁସାରେ ଭାଗ୍ୟଧର ନାୟକଙ୍କ ଗାଁ ରଣପୁର ଥାନା ବଧିପାଟଣାଠାରୁ ଦୁଇରୁ ତିନି କିମି ଦୂରରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ ।

Related News
satta king tw