Top Stories

Search here...

News

ଟୋକିଓ ଅଲିମ୍ପିକ୍ସ ଭାରତୀୟ ହକି ଦଳରେ ଦୁଇ ଓଡ଼ିଆ ଖେଳାଳୀ

Posted On - 1 minute ago
Edited By Team BbsrReporters
LAST UPDATED Jun 18, 2021 02:55 PM

ଟିମରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ ।

 

BBSR Reporters

 

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳର ୧୬ ଜଣିଆ ସ୍କ୍ୱାଡ୍ ଘୋଷଣା କରାଯାଇଛି । ଏହି ଟିମରେ ଦୁଇ ଓଡ଼ିଶାର  ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଏହି ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗ୍ରୁପ୍ ଏ’ରେ ରହିଛି । ଏହି ଗ୍ରୁପ୍ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସ୍ପେନ ଓ ଆୟୋଜନ ଜାପାନ ରହିଛନ୍ତି ।  ଆସନ୍ତା ମାସ ୨୩ ତାରିଖରୁ ଅଗଷ୍ଟ ୫ ତାରିଖ ଟୋକିଓରେ ଅଲିମ୍ପିକ୍ସ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି ।

 


ଟିମରେ ଉଭୟ ପୁରୁଣା ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ । ବାକି ୬ ଖେଳାଳି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଗୋଲ କିପର ପିଆର ଶ୍ରୀଜେଶ ଓ ଅଧିନାୟକ ମନପ୍ରୀତ ସିଂହ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ସେହିପରି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଥିବା ହରମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ସୁରେନ୍ଦ୍ର କୁମାର ଓ ମଦଦୀପ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି । 


୨୦୧୬ରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସ ଖେଳି ପାରି ନଥିଲେ । ହେଲେ ଏଥର ଡିଫେଣ୍ଡର ଭୂମିକାରେ ସେ ଦଳକୁ କମବ୍ୟାକ କରିଛନ୍ତି । ଏମାନଙ୍କ ବ୍ୟତୀତ  ଅଲମ୍ପିକ୍ସରେ ନୂଆ ଖେଳାଳୀ ଭାବେ ଅମିତ ରୋହିଦାସ, ହାର୍ଦ୍ଧିକ ସିଂହ, ବିବେକ ସାଗର, ନୀଲକଣ୍ଠ ଶର୍ମା, ସୁମିତ, ଶଶମେର ସିଂହ, ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ଲଳିତ କୁମାର ଉପାଧ୍ୟାୟ ରହିଛନ୍ତି । 

 

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ମୋଟ ଉପରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛି । ତେବେ ୪୧ ବର୍ଷ ତଳେ ଶେଷଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା । ସେବେଠାରୁ ଦଳ ପଦକ ଜିତିପାରିନି । 
 

Related News
satta king tw