dd dd

Top Stories

Search here...

News

ଓଡ଼ିଆ ଭାଷାକୁ କମିଶନରେଟ ପୁଲିସର ଅବହେଳା: ସଚେତନତା ବର୍ତ୍ତାରେ ବି ଲେଖାଯାଉନି ଓଡ଼ିଆ

Posted On - 2 hours ago

ସାଧାରଣତଃ ଅଜ୍ଞ ଲୋକମାନଙ୍କୁ ସଚେତନ କରିବା ପାଇଁ ସଚେତନତା ବର୍ତ୍ତା ଅବା କାର୍ଯ୍ୟକ୍ରମ କରାଯାଇଥାଏ । ଏଠାରେ ଇଂରାଜୀରେ ସଚେତନତା ବର୍ତ୍ତା କାହା ପାଇଁ ଦେଉଛେ ବୋଲି ବୁଦ୍ଧୀଜୀବୀମାନେ ପ୍ରଶ୍ନ କରିଛନ୍ତି ।

 

BBSR Reporters


ଭୁବନେଶ୍ୱର:ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ ପନ୍ଥା ହାତକୁ ନେଉଛନ୍ତି । ସବୁ ସରକାରୀ ଅଫିସରେ ଓଡ଼ିଶା ଫଳକ ଲଗାଇବାକୁ ନିଦେ୍ର୍ଧଶ ମଧ୍ୟ ରହିଛି । ନିକଟରେ ରାଜ୍ୟ ସରକାର ଏକ ୭ ଟି କମିଟି ଗଠନ କରିଥିଲେ । ପ୍ରତ୍ୟେକ କମିଟି ବାହାର ରାଜ୍ୟକୁ ଯାଇ ସେଠାରେ ରହୁଥିବା ଓଡ଼ିଆଙ୍କ ସୁବିଧା ଅସୁବିବା ବୁଝିବା ସହ ସେଠାରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିର ପ୍ରସାର କରିବେ ବୋଲି କୁହାଯାଇଥିଲା  । ଏପରି ସ୍ଥଳେ ଖୋଦ କମିଶନରେଟ ପୁଲିସ ଓଡ଼ିଆ ଭାଷାକୁ ଅବହେଳା କରୁଥିବା ଦେଖିବାକୁ ମିଳିଛି ।


କମିଶନରେଟ ପୁଲିସ ପକ୍ଷରୁ ଦିଆଯାଉଥିବା ପ୍ରେସ୍ ବିଜ୍ଞପ୍ତି ଓଡ଼ିଆ ଭାଷାରେ ଲେଖାଯାଉନାହିଁ । ବଡ ବଡ ପଦବୀରେ ଥିବା  ଅଫିସରମାନଙ୍କର ଫଳକ ମଧ୍ୟ ଓଡ଼ିଆାରେ ଲେଖାଯାଉ ନ ଥିବା ଦେଖିବାକୁ ମିଳିଛି । କମିଶନରେଟ ପୁଲିସର ସୋଶିଆଲ ମିଡିଆ ପେଜ୍ରେ ମଧ୍ୟ ଓଡ଼ିଆ ଭାଷାରେ କୌଣସି ସୂଚନା ଦିଆଯାଉନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜନସାଧାରଣଙ୍କ ସଚେତନତା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ହେଲେ ସେଠାରେ ଓଡ଼ିଆରେ କୌଣସି ସୂଚନା ଦିଆଯାଉ ନାହିଁ । ଓଡ଼ିଶା ପୁଲିସ ପକ୍ଷରୁ କିଛି ଇଂରାଜୀ କିଛି ଓଡ଼ିଆରେ ଅବା ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପ୍ରେସ ବିଜ୍ଞପ୍ତି ଦିଆଯାଉଥିଲେ ମଧ୍ୟ କମିଶନରେଟ ପୁଲିସ ଏଥିରେ ଅବହେଳା କରୁଥିବା ଦେଖିବାକୁ ମିଳିଛି ।

 


ନିକଟରେ କମିଶନରେଟ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏଜି ଛକରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ କରାଯାଇଥିବା ମୁଖ୍ୟ ଫାଟକ, ଏକ ସଚେତନା ନେଇ ଲାଗିଥିବା ବ୍ୟାନରରେ କୌଣସି ସ୍ଥାନରେ ଓଡ଼ିଆ ଭାଷା ଲେଖାଯାଇ ନ ଥିଲା । ଟ୍ରାଫିକ୍ ନିମୟ ନେଇ ବହୁ ଗରୁତ୍ୱପୂର୍ଣ୍ଣ ତଥ୍ୟ ଉକ୍ତ ବ୍ୟାନରରେ ଲେଖାଯାଇଥିଲେ ମଧ୍ୟ ସେଥିରେ ଓଡ଼ିଆର ଗୋଟିଏ ଅକ୍ଷର ଦେଖିବାକୁ ମିଳି ନ ଥିଲା । ଯାହାକୁ ଭାଷାଭିତ୍ ମାନେ ନାପସନ୍ଦ କରିଛନ୍ତି । ସାଧାରଣତଃ ଅଜ୍ଞ ଲୋକମାନଙ୍କୁ ସଚେତନ କରିବା ପାଇଁ ସଚେତନତା ବର୍ତ୍ତା ଅବା କାର୍ଯ୍ୟକ୍ରମ କରାଯାଇଥାଏ । ଏଠାରେ ଇଂରାଜୀରେ ସଚେତନତା ବର୍ତ୍ତା କାହା ପାଇଁ ଦେଉଛେ ବୋଲି ବୁଦ୍ଧୀଜୀବୀମାନେ ପ୍ରଶ୍ନ କରିଛନ୍ତି ।

 

Edit by : ଟିମ ବିବିଏସଆର ରିପୋଟର୍ସ

Related News
satta king tw