dd dd

Top Stories

Search here...

News

ସାଧାରଣତନ୍ତ୍ର ଉତ୍ସବ ପାଇଁ ପ୍ରସ୍ତୁତ ରାଜଧାନୀ: ପ୍ୟାରେଡ଼ରେ ଭାଗ ନେବେ ୧୮ ଟ୍ରୁପ୍

Posted On - 4 days ago

କୋଭିଡ କଟକଣା ପାଇଁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ  ପରେଡ୍‌ସ୍ଥଳ ଯିବା ମନା କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛ । ପରେଡ ସ୍ଥଳରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବ । ତେବେ ଏତଦ ବ୍ୟତୀତ କାଉ ର ଟେରରିଷ୍ଟ ସ୍କ୍ୱାଡ୍‌(ସିଟିଏସ୍‌), ସ୍ପେସାଲ ଟାକ୍ଟିକାଲ ୟୁନିଟ୍‌(ଏସଟିୟୁ), ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ୍ ସୁକ୍ୟୁରିଟି, ସାର୍ପ ସୁଟର୍ ପାରେଡ ସ୍ଥଳରେ ମୁତୟନ ରହିବେ । ପରେଡସ୍ଥଳର ଚାରିପଟ ଓ ଆଖପାଖ ଅଞ୍ଚଳରେ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଶନିବାର ଠାରୁ କଡାକଡି  କରିଦିଅ ।ଯାଇଥିବା କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ  ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । 

 

 


ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଗାନ୍ଧୀମାର୍ଗରେ ଭାଗ ନେବାକୁ ଥିବା ଟ୍ରୁପମାନେ ଶୁକ୍ରବାର ଠାରୁ ରିହର୍ସାଲ ଆରମ୍ଭ କରିଛନ୍ତି । ମହିଳା ଆଇପିଏସ୍ ଅଫିସର ଏସ୍‌. ସୁଶ୍ରୀ ପରେଡ୍ କମାଣ୍ଡର ହୋଇଛନ୍ତି । ଏଥର ପରେଡ୍ରେ ଅଳ୍ପ ସଂଖ୍ୟକ ଟ୍ରୁପ୍ ଭାଗନେବେ । ଓଡ଼ିଶା ପୋଲିସ ବ୍ୟାଣ୍ଡ ସହ ଓଡିଶା ପୋଲିସ ସପ୍ତମ ବାଟାଲିଅନ୍‌, ଏସ୍‌ଓଜି, ସ୍ୱିଫ୍ଟ ଅ ।କ୍ସନ ଫୋର୍ସ, ଅ ।ଇଅ ।ରବି, ଏସଏସବି, ସପ୍ତମ ବାଟାଲିଅନ୍‌, ଓଡ୍ରାଫ, ଅଗ୍ନିଶମ ବାହିନୀ ସମେତ ୧୮ଟି ଟ୍ରୁପ୍ ଭାଗ ନେବାର କାଯର୍‌ୟକ୍ରମ ରହିଛି । 

ଚଳିତ ବର୍ଷ କୋଭିଡ କଟକଣା ନେଇ ଜନସାଧାରଣ ପରେଡ୍ ଦେଖି ପାରିବେ ନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରେଡ୍ରେ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାଯର୍‌ୟକ୍ରମ ରହିଛି । ନିମନ୍ତ୍ରିତ ଅତିଥି ଓ ବ୍ୟକ୍ତିବିଶେଷମାନେ ଦେଖିବାର ସୁଯୋଗ ପାଇବେ । ଶନବିାର ଅପରାହ୍ନରେ ରିହର୍ସାଲ କରାଯାଇଥିବା ବେଳେ ରବିବାର ସକାଳେ ରିହର୍ସାଲ ଅନୁଷ୍ଠିତ ହେବ । 


ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବୀନ୍ଦ୍ର ମଣ୍ଡପ, ଅ ।ଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡ ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଅ ।ଯିବ । ଜନପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିବ ।

 

Edit by : ଟିମ ବିବିଏଆର ରିପୋଟର୍ସ

Related News
satta king tw