Top Stories

Search here...

News

୪୦ ତଳକୁ ଖସିଲା ମୃତ୍ୟୁ  ସଂଖ୍ୟା; ରାଜ୍ୟରୁ ନୂଆ ୨ ୯୫୭  ସଂକ୍ରମିତ ଚିହ୍ନଟ

Posted On - 3 minutes ago
Edited By Team BbsrReporters
LAST UPDATED Jun 22, 2021 10:40 AM

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ବରଗଡ଼ରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

 

BBSR Reporters


ଆଉ ଭୁବନେଶ୍ୱର:ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୩ ହଜାର ତଳକୁ ଖସିଥିବା ବେଳେ ମୃତ୍ୟୁ  ସଂଖ୍ୟା ୪୦ ତଳକୁ  ଖସିଛି ।  ରାଜ୍ୟରେ ୨୪ ଘଣ୍ଟାରେ ୨, ୯୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୩୮ ଜୀବନ ନେଇଛି କରୋନା । ଚିହ୍ନଟ ଆକ୍ରାନ୍ତଙ୍କ  ମଧ୍ୟରୁ ୨୯୫୭ କ୍ୱାରେଣ୍ଟାଇନରୁ ୧୬୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୨୫୯ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ରେ ପହଞ୍ଚିଛି ।

 

ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ୱରରୁ ୨୪୭, ଭଦ୍ରକରୁ ୧୯୨, କେନ୍ଦ୍ରାପଡ଼ାରୁ ୧୧୬ , ନୟାଗଡ଼ରୁ ୧୧୨, ଅନୁଗୁଳରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୪୧, , ବଲାଙ୍ଗିରରୁ ୩୭ ଓ ବୌଦ୍ଧରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବାଦ, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଂଜାମରୁ ୧୮, ଜଗତସିଂହପୁରରୁ ୧୦୩, , ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୫୧, କେନ୍ଦୁଝରରୁ ୫୭, କୋରାପୁଟରୁ ୬୦, ମାଲକାନଗିରିରୁ ୫୬, ମୟୂରଭଂଜରୁ ୧୩୫, ନବରଙ୍ଗପୁରରୁ ୪୫, ନୂଆପଡ଼ାରୁ ୧୦, ପୁରୀରୁ ୨୧୯, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୁବର୍ଣ୍ଣପୁରରୁ ୨୫, ସୁନ୍ଦରଗଡ଼ରୁ ୫୮ ଓ ଷ୍ଟେଟପୁଲରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

୩୮ ମୃତକଙ୍କୁୁ ମିଶାଇ ରାଜ୍ୟରେ ମୋଟ  କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ୩୮ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ବରଗଡ଼ରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।


ମୟୂରଭଞ୍ଚ ଓ ପୁରୀରୁ ୪ ଲେଖାଏଁ କରୋନାରେ ପ୍ରାଣ ହାରିଥିବା ବେଳେ ସମ୍ବଲପୁରରୁ ଯାଇଛି ୩ ଜୀବନ । ସେହିପରି ଜଗତସିଂହପୁର, ଝାରସୁଗୁଡ଼ାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଂଜାମରୁ ଜଣେ ଲେଖାଏଁ ମୃତ୍ୟୁମୁଖରେ ପଡ଼ିଛନ୍ତି । କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ କରୋନା ଯୋଗୁ ଆଖି ବୁଜିଛନ୍ତି । 
 

Related News
satta king tw