Top Stories

Search here...

News

ଡିଆରଡିଓ ତଥ୍ୟ ଲିକ୍ ମାମଲା; ଦୁବାଇରୁ ଆସୁଥିଲା ଟଙ୍କା, ତଥ୍ୟ ଦେଉଥିଲେ ଗୁପ୍ତଚର

Posted On - 1 day ago
Edited By Team BbsrReporters
LAST UPDATED Sep 23, 2021 12:50 AM

ଅଭିଯୁକ୍ତମାନଙ୍କ ସହ ଜଣେ ମହିଳା ସୋଶିଆଲ ମିଡିଆରେ ଚାଟିଂ କରୁଥିଲେ । ସଂପୃକ୍ତ ମହିଳା ଜଣକ ୟୁକେର ଏକ ଟେଲିଫୋନ ନମ୍ବର ବ୍ୟବହାର କରୁଥିଲେ ।

 

BBSR Reporers

 

ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ ଡିଆରଡିଏର ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମ ବ୍ରାଞ୍ଚ । ପଚରାଉଚରା ବେଳେ ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ସେମାନଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି । ୨ଟି କିସ୍ତିରେ ମୋଟ୍ ୩୮ ହଜାର ଟଙ୍କା ଆସିଥିବା ନେଇ  ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।


ଏଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କ ମୋବାଇଲ ଓ ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କ  ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ଜେରା ଚାଲିଛି । ଅଭିଯୁକ୍ତମାନଙ୍କ ସହ ଜଣେ ମହିଳା ସୋଶିଆଲ ମିଡିଆରେ ଚାଟିଂ କରୁଥିଲେ । ସଂପୃକ୍ତ ମହିଳା ଜଣକ ୟୁକେର ଏକ ଟେଲିଫୋନ ନମ୍ବର ବ୍ୟବହାର କରୁଥିଲେ ।  ଅଭିଯୁକ୍ତଙ୍କୁ କଟକରେ ଏନଆଇଏ ଟିମ୍ ଜେରା କରିନି । ଜବତ ଟେଲିଫୋନକୁ ଫୋରେନସିକ ଆନାଲିସିସ ପାଇଁ ପଠାଯିବ । ଅନ୍ୟ କେଉଁ ଉପାୟରେ ବା ବ୍ୟାଙ୍କରେ ଟଙ୍କା ନେଇଛନ୍ତି, ତାହାର ତଦନ୍ତ କରିବୁ ବୋଲି ସେ କହିଛନ୍ତି ।

 

ଶ୍ରୀ ପଣ୍ଡା ଆହୁରି କହିଛନ୍ତି, କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି । ଏୟାର ଫୋର୍ସର ଏକ ଟିମ୍ ଜେରାରେ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି ।

 

ସୋମବାର ଏୟାରଫୋର୍ସ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଛି । ସେମାନେ ଅଭିଯୁକ୍ତମାନଙ୍କୁୁ ମାରାଥନ ଜେରା କରିଛନ୍ତି । ୫ ଘଣ୍ଟା ଧରି ଏହି ଟିମ୍ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଛନ୍ତି । କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଓଝଓକୁ ପ୍ରଦାନ କରିଛନ୍ତି? ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ ? 

 

ତଥ୍ୟ ଲିକ୍ ମାମଲାରେ ବାଲେଶ୍ୱର ପୁଲିସ ସେପ୍େଟମ୍ୱର ୧୮ ତାରିଖରେ ଆଇଟିଆର୍ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ । ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା । 
 

Related News
satta king tw