Top Stories

Search here...

News

ସତ୍ୟକାଳୀ ବସ୍ତିରେ ଜବରଦଖଲ ଉଚ୍ଛେଦ

Posted On - 1 day ago
Edited By Team BbsrReporters
LAST UPDATED Sep 23, 2021 08:27 PM

ଭାଙ୍ଗିଲା ୨୫ ପରିବାର ୬୮ ଘର

 

BBSR Reporters

 

ଭୁବନେଶ୍ୱର: ସତ୍ୟକାଳୀ  ବସ୍ତିରେ ଆଜି ବିଏମସି, ବିଡିଏ ଏବଂ କମିଶନରରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି  ବସ୍ତିରେ ରହୁଥିବା ବାସୀନ୍ଦାଙ୍କ ପାଇଁ ଖାରବେଳ ନଗର ଥାନା ଅନ୍ତର୍ଗତ ରଙ୍ଗମାଟିଆ ପ୍ରକଳ୍ପରେ ଘର ଯୋଗାଇ ଦିଆଯାଇଥିଲେ ମଧ୍ୟ ସେମାନେ ଏଠାରେ ଘର ଛାଡି ନ ଥିଲେ ।  

 

ଫଳରେ ଆଜି ଏନଫୋର୍ସମେଣ୍ଟ ଟିମର ଅଧିକାରୀ, ବିଡିଏ, ବିଏମସି ଏବଂ କମିଶନରେଟ ପୋଲିସର ଅଫିସର ଏବଂ କର୍ମଚାରୀ   ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି  ଜବରଦଖଲ ଉଚ୍ଛେଦ କରିଥିଲେ । ଉଚ୍ଛେଦ  ବେଳେ ସତ୍ୟକାଳୀ ବସ୍ତି ପ୍ଲଟ ନମ୍ବର ୩୦୩ /ବିଡିଏ ରେ ୨୫ ଟି ପରିବାରର ମୋଟ ୬୮ ଟି ରୁମ ଭଙ୍ଗାଯାଇଥିଲା । ଏଥିସହିତ  ଗାଧୁରଆ ଘର, ଶୌଚାଳୟ ଏବଂ ଅନ୍ୟାନ୍ୟ ଘର ମଧ୍ୟ ଭଙ୍ଗାଯାଇଥିଲା ।

Related News
satta king tw