Top Stories

Search here...

News

ରାଜଧାନୀରେ ଜବରଦଖଲ ଉଚ୍ଛେଦ; ଭାଙ୍ଗିଲା ମନ୍ଦିର, ଏସି ହୋଟେଲ

Posted On - 2 days ago
Edited By Team BbsrReporters
LAST UPDATED Sep 23, 2021 02:46 PM

ଉଚ୍ଛେଦ ବେଳେ ଘାଟିକିଆରେ ପ୍ଲଟ୍ ନମ୍ବର କ୭-୫୦୩ ଉପରେ ଥିବା ଦୁଇଟି ଛୋଟ ମନ୍ଦିର ଭାଙ୍ଗି ଦିଆଯାଇଥିଲା  ।

 

BBSR Reporters


ଭୁବନେଶ୍ୱର: ବିଏମସି, ବିଡିଏ ଏବଂ କମିଶନରେଟ ପୋଲିସ ପକ୍ଷରୁ ମଳିତ ଟିମ୍ ପକ୍ଷରୁ ଆଜି ଘାଟିକିଆ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି । ଘାଟିକିଆରେ ବିଡିଏର କଳିିଙ୍ଗ ନଗର ପ୍ଲଟ ଡେଭଲପମେଣ୍ଟ ସ୍କିମ୍ ଅନ୍ତର୍ଗତ ପ୍ଲଟ୍ ନମ୍ବର କେ୭-୫୦୩ ଏବଂ ସୁବୁଦିପୁରରେ କଳିଙ୍ଗ ବିହାର ସ୍କିମ୍ ଅନ୍ତର୍ଗତ ପ୍ଲଟ୍ ନମ୍ବର କେ୫-୪୭୬ ଏବଂ କେ୫-୪୮୩ ରେ ଉଚ୍ଛେଦ କରାଯାଇଛି ।

 


ଉଚ୍ଛେଦ ପାଇଁ ଏନଫୋର୍ସମେ ଟିମ୍ର ଅଧିକାରୀ, ବିଡିଏ ଏବଂ କମିଶନରେଟ ପୋଲିସ କର୍ମଚାରୀଙ୍କୁ ନେଇ ଗଠିତ ଏନଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଘାଟିକିଆରେ ପ୍ଲଟ୍ ନମ୍ବର କ୭-୫୦୩ ଉପରେ ଥିବା ଦୁଇଟି ଛୋଟ ମନ୍ଦିର ଭାଙ୍ଗି ଦିଆଯାଇଥିଲା  । ସେହିପରି କେ-୪୮୩ ନମ୍ବର ପ୍ଲଟରେ  ଦୁଇଟି ଏସି ହୋଟେଲ, ୨ଟି ବାଉଁଶ ଘର  ଏବଂ ୨ଟି ଟିଣ ଘର ଭାଙ୍ଗି ଦିଆଯାଇଥିଲା  । କେ ୪୭୬ରେ ଥିବା ୫୦ ଫୁଟର ପଥର ପାଚେରୀକୁ ଭାଙ୍ଗି ଦିଆଯାଇôଥଲା ।  ମୋଟ ଉପରେ ଏହି ପାଚେରୀ ପ୍ରାୟ ୪୦୦୦ ବର୍ଗଫୁଟ ସରକାରୀ ଜାଗାରେ ଥିଲା ।

 


ଏନଫୋର୍ସମେଣ୍ଟ ଟିମରେ ଉଚ୍ଛେଦ ପାଇଁ ୨ ଟି ଜେସିବି କାର୍ଯ୍ୟରେ ଲାଗିଥିଲା ବିଡିଏର ଏନଫୋର୍ସମେ ଅଫିସର ଶ୍ରୀ ପ୍ରମୋଦ  କୁମାର ପାତ୍ର, ଯୋଗାଯୋଗ ଅଧିକାରୀ  ସୁଭ୍ରାଂଶୁ ସେଖର ମହାନ୍ତି, ଭରତପୁର  ଥାନା ଅଧିକାରୀ ଶ୍ରୀ ଜ୍ୟୋତି ରଂଜନ ପତି, ତମାଣ୍ଡୋ ଥାନା ଅଧିକାରୀ ପ୍ରଣବ ଟୁଡୁ,  ବିଡିଏର ଏନଫୋର୍ସମେଣ୍ଟ ୧, ୨, ୩ ଏବଂ ୪ ସ୍କୋାଡ୍ ସମେତ ଏକ ପ୍ଲାଟୁନ୍ ଅଫ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ଗୋଟିଏ ସେକ୍ସନ୍ ମହିଳା ପୋଲିସ୍ ଉପସ୍ଥିତ ଥିଲେ ।

Related News
satta king tw