Top Stories

Search here...

News

୨୨ରେ ନବୀନଙ୍କ ବଲାଙ୍ଗିର ଗସ୍ତ: ସ୍ମାର୍ଟ ହେଲଥ କାର୍ଡ ସହ ୩୦୦ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିବେ

Posted On - 1 month ago
Edited By Team BbsrReporters
LAST UPDATED Oct 22, 2021 01:30 AM

ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼,ପାଟଣାଗଡ଼ ଓ ବଲାଙ୍ଗିରରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି। 

 

BBSR Reporters

 

ଭୁବନେଶ୍ୱର: ମାଲକାନଗିରି ଓ ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଗସ୍ତରେ  ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ  ପାଇଁ ୧୫ରୁ ଅଧିକ ମନ୍ତ୍ରୀ ଓ ୩୦ରୁ ଊର୍ଦ୍ଧ୍ୱ ରାଜ୍ୟସ୍ତରୀୟ ନେତା ଜିଲ୍ଲାରେ  ଅଛନ୍ତି 

 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତା ୨୨ତାରିଖରେ ବଲାଙ୍ଗିର ଗସ୍ତରେ ଯାଇ ୩ଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼,ପାଟଣାଗଡ଼ ଓ ବଲାଙ୍ଗିରରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି। ଟିଟିଲାଗଡ଼ରେ ବିଜୁ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ  ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତବେଳେ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। 

 


ସୁନ୍ଦରଗଡ଼ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ ସିଧାସଳଖ ପ୍ରସାରଣ ହେବ ଓ ମନ୍ତ୍ରୀମାନେ ସେଠାରେ ସାଧାରଣ ଲୋକମାନଙ୍କ ସହ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ବିଜେଡି ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

 


ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏନେଇ ପ୍ରସ୍ତୁତି ବୈଠକ ହୋଇଥିବାବେଳେ ଜିଲ୍ଲାର ମୋଟ ୧୪ଟି ବ୍ଲକ ଓ ୫ଟି ପୌରାଂଚଳରେ ୧୫ରୁ ଅଧିକ ମନ୍ତ୍ରୀଙ୍କୁ ନିୟୋଜିତ କରାଯିବ। ସେମାନଙ୍କୁ ସହଯୋଗ ପାଇଁ ୩୦ରୁ ଅଧିକ ରାଜ୍ୟସ୍ତରୀୟ ନେତାମାନେ ଜିଲ୍ଲାରେ ୩ରୁ ୪ଦିନ ଡେରା ପକାଇ ଏହି ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ସୂଚନା ମିଳିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି କୁହାଯାଉଛି।

Related News
satta king tw