Top Stories

Search here...

News

2ରୁ 18 ବର୍ଷ ଛୁଆଙ୍କୁ ମିଳିବ ଟୀକା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 09:35 PM

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟୀକା ଆସିଲେ 2ରୁ 18 ବର୍ଷ ଛୁଆଙ୍କ ଟୀକାକରଣ ହେବ  l

 

 

BBSR Reporters

 

 

ଭୁବନେଶ୍ୱର:  2ରୁ 18 ବର୍ଷ ଛୁଆଙ୍କୁ ମିଳିବ ଟୀକା l କୋଭିଡି ପାଇଁ ସମସ୍ତ ବର୍ଗର ଲୋକଙ୍କୁ ଟୀକା ମିଳୁଥିବା ବେଳେ ଛୁଆଙ୍କ ପାଇଁ ମଧ୍ୟ ଟୀକାକରଣୀ ର ସୁବିଧା ଖୁବ ଶୀଘ୍ର ଆସୁଛି  l ଯାହା ଦ୍ୱାରା ପିଲାମାନେ ମଧ୍ୟ କୋଭିଡି 19 ଟୀକା ନେଇପାରିବେ l

 

 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟୀକା ଆସିଲେ 2ରୁ 18 ବର୍ଷ ଛୁଆଙ୍କ ଟୀକାକରଣ ହେବେ। ଟାସ୍କଫୋର୍ସର ରିପୋର୍ଟ ଅନୁସାରେ DCGI ଅନୁମୋଦନ  କରିବ । ଆମେ ଶିଶୁଙ୍କୁ DPT ଓ ପୋଲିଓ ସବୁବେଳେ ଦେଉଛୁ। ତେଣୁ ଆମ ପାଖରେ ଟୀକା ଦେବାକୁ ଲୋକଙ୍କ ଅଭାବ ନାହିଁ। ଭିତ୍ତିଭୂମିରେ ଆସୁବିଧା ନାହିଁ। ତେଣୁ ଟୀକା ଆସିଲେ ଦିଆଯିବ। କେନ୍ଦ୍ର ସରକର ଏ ପର୍ଯ୍ୟନ୍ତ ଗାଇଡ଼ଲାଇନ ଦେଇ ନାହାନ୍ତି। 

 


ଆଜି 615 ପଜିଟିଭ ମାମଲା। ବଢିଲେ ନିଶ୍ଚିତ ଉଦ୍ବେଗଜନକ। ଭୁବନେଶ୍ୱରରେ ବି ସେମିତି ଲୋକେ ନ ମାନି ଭିଡ଼ ଜମାଇବା ଯୋଗୁ ବଢୁଛି। ଆଗକୁ ଦେଖିବା କଣ ହେବ ଦେଖିବାକୁ ହେବ। କେତେ ସକ୍ରିୟ ଲୋକ ହସ୍ପିଟାଲ ଓ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି, ତାକୁ ଦେଖାଯାଉ। ହେଲେ ସତର୍କ ରୁହନ୍ତୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇଂ ମାନନ୍ତୁ ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି l

Related News
satta king tw