Top Stories

Search here...

News

ରାଜ୍ୟରେ ଡବଲ୍ ଡୋଜ୍ ଟିକା ନେଲେ କୋଟିଏରୁ ଅଧିକ ଲୋକ

Posted On - 13 minutes ago
Edited By Team BbsrReporters
LAST UPDATED Oct 18, 2021 07:10 PM

ରାଜ୍ୟରେ ୩୫୪୦ ଗାଁ ରେ ବି ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ରାଜ୍ୟର ରାଜ୍ୟରେ ଡବଲ୍ ଡୋଜ୍ କୋଭିଡ୍ ଟିକା କୋଟିଏରୁ ଅଧିକ ଲୋକ ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି ।

 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି । ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି । ଉଭୟ ଡୋଜ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି ।ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ ଟୀକା ଉପଲବ୍ଧ ଅଛି । ଦିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।


 ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି । ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିଦପାଳିଟି ସହ ରିଆମାଲ,ଟିକାବାଲି,ରାଇକିଆ,ଜି ଉଦୟଗିରି,ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଶତ ପ୍ରତିଶତ ହୋଇଛି ଟୀକାକରଣ  । ୩୫୪୦ ଗାଁ ରେ ବି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି । ଯେଉଁମାନେ ଦିତୀୟ ଟୀକା ନେଇନାହାନ୍ତି ବାରମ୍ବାର ମେସେଜ ଯାଉଛି,ଫୋନ କରାଯାଇଛି, ଆଶା ଓ ଅଙ୍ଗନବାଡି କର୍ମଚାରୀ ଫେସିଲିଟେଟ କରାଯାଉଛି । ଯେଉଁ ମାନେ ଟୀକାକରଣ କେନ୍ଦ୍ରକୁ ଆସିବାକି ସମ୍ପୂର୍ଣ୍ଣ ଅସମର୍ତ୍ତ ସେମାନଙ୍କୁ ଘରେ ଟୀକା ଫେସିଲିଟେତ କରାଯାଉଛି । ଆରଏମଆରସି ଷ୍ଟାଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବାଡି ଅଛି । ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ବ୍ରେକଥରୁ ସଂକ୍ରମଣ ହୋଇଛି । ଦିତୀୟ ଡୋଜ ଟୀକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟୀକା । 

 

ରାଜ୍ୟରେ ମହାମାରୀ ପାଇଁ ରାଜ୍ୟ ସରକାର ଶଟ୍ଡାଉନ୍ ଓ ଲକ୍ଡାଉନ୍ ଘୋଷଣା କରିଥିଲେ । ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ତେବେ କୋଭିଡ୍ ଟିକା କରଣ ପରେ ଧୀରେ ଧୀରେ ଟ୍ରାକ୍କୁ ଫେରୁଛି ଜୀବନ ଯାତ୍ରା । ଆୟତ୍ତକୁ ଆସୁଛି କରୋନା । ଆଉ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା । କୋଭିଡ୍ ଗାଇଡ୍ଲାଇନ୍ରେ ଦୋକାନ ବଜାର ଖୋଲୁଛି । ଆଉ ଲୋକମାନେ କୋଭିଡ୍ ଗାଇଡ୍ଲାଇନ୍ ମାନି କିଣାକିଣି କରୁଛନ୍ତି । ଯେଉଁଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । 

Related News
satta king tw