Top Stories

Search here...

News

ବାସି ଚା’ ଗରମ କରି ପିଇଲେ ହୋଇପାରେ ସାଙ୍ଘାତିକ

Posted On - 1 month ago
Edited By Team BbsrReporters
LAST UPDATED Oct 21, 2021 11:54 AM

ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍ ଜୀବାଣୁ ହେବା ଆଶଙ୍କା ରହିଥାଏ ।

 

BBSR Reporters

 

ଭୁବନେଶ୍ୱର: ଅଧିକାଂଶ ଲୋକଙ୍କୁ ଚା’ ପିଇବା ଭାରି ପସନ୍ଦ।  ଅନେକ ଅଛନ୍ତି ଯିଏକି ଦିନରେ ୩ରୁ ୪ ଥର ଚା’ ପିଇବାକୁ ଭଲ ପାଆନ୍ତି। କିନ୍ତି ଚା’ ଥଣ୍ଡା ହେବା ପରେ ପୁଣି ଗରମ କରି କରି ପିଇଥାନ୍ତି । ହେଲେ ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ।ରଖାଯାଇଥିବା ଚା’କୁ ବାରମ୍ବାର ଗରମ କରି ପିଇବା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

 

ଡାକ୍ତରଙ୍କ କହିବା ମୁତାବକ,  ଦୀର୍ଘ ସମୟ ଧରି ରଖାଯାଇଥିବା ଚାକୁ ଗରମ କରି ପିଇବା ଉଚିତ୍ ନୁହେଁ। ଏହାଦ୍ବାରା  ଦ୍ୱାରା ଚା’ର ସ୍ୱାଦ ଏବଂ  ତା’ର ସୁଗନ୍ଧ ବଦଳି ଯାଇଥାଏ। ଫଳରେ ଏହା ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଯଦି ସମ୍ଭବ ରଖାଯାଇଥିବା ଚା’ ପିଅନ୍ତୁ ନାହିଁ।

 


ସେହିପରି ବ ବାସି ଚା’କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ସ୍ୱାଦହୀନ ମଧ୍ୟ ଲାଗେ। ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ।

 

ଏଭଳି ଚା’ ପିଇବା ଦ୍ୱାରା ଝାଡା, କୋଷ୍ଟ କାଠିନ୍ୟ, ହଜମ ସମ୍ବନ୍ଧୀୟ ସମସ୍ୟା ଆଦି ହୋଇପାରେ। ଏଥିପାଇଁ ବାସି ଚା’କୁ ଗରମ କରି ପିଇବା ଠାରୁ ଦୂରେଇ ରୁହନ୍ତୁ। ଗରମ ଚା ସବୁଠୁ ଭଲ ।

 


ବାସି ଚା’ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥା’ନ୍ତି। ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍ ଜୀବାଣୁ ହେବା ଆଶଙ୍କା ରହିଥାଏ ।

 

ଯଦି ଆପଣ ହର୍ବାଲ ଚା’ ପିଉଛନ୍ତି ତେବେ ତାକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଏଥିରେ ଥିବା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ।  ଯଦିଓ, ଆପଣ ଚା’କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି, ତେବେ ତାକୁ ଗରମ କରି ପିଇପାରିବେ।

Related News
satta king tw